Videos
|
Odisha

ଗର୍ଭବତୀଙ୍କୁ ଖଟିଆରେ ବୋହି ନଦୀ ପାର୍ କରିବା ପରେ ମେଡିକାଲରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·2 years ago
ଗର୍ଭବତୀଙ୍କୁ ଖଟିଆରେ ବୋହି ନଦୀ ପାର୍ କରିବା ପରେ ମେଡିକାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କରଡ଼ାବଣି ଗାଁରେ ଅଭାବନୀୟ ଘଟଣା। ଗାଁର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ନଦୀ ପାର୍ କରିବା ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। କରଡାବଣି ଗାଁର ହରିହର ହାଁସଦାଙ୍କ ସ୍ତ୍ରୀ ବୀଜ ହାଁସଦାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ରାମିଆଳ ନଦୀ ପାର କରାଯାଇ ମେଡିକାଲକୁ ନିଆଯାଇଥିଲା । ପରେ କାମାକ୍ଷାନଗର ମେଡ଼ିକାଲରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି । କରଡ଼ାବଣି ଗାଁକୁ ଭଲ ରାସ୍ତା ନଥିବାରୁ ଲୋକମାନେ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଯାହାର ଫଳ ସ୍ୱରୂପ ଆମ୍ୱୁଲାନ୍ସ ଆସିପାରୁନାହିଁ। ଅଣ୍ଟାଏ ଅଣ୍ଟାଏ ପାଣିରେ ଲୋକେ ଗର୍ଭବତୀ ମହିଳାଙ୍କୁ ନେଇ ଯିବାଆସିବା କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After carrying the pregnant woman across the river on a cot | Argus News