ଚାନ୍ଦା ମାମାଙ୍କ ପରେ ସାମ୍ନାକୁ ଆସିଲା ଚାନ୍ଦା ମାଇଁଙ୍କ କେଳେଙ୍କାରୀ!

- ଚାନ୍ଦା ମାମାଙ୍କ ପରେ ସାମ୍ନାକୁ ଆସିଲା ଚାନ୍ଦା ମାଇଁଙ୍କ କେଳେଙ୍କାରୀ!
- ଓଡ଼ିଆ ଯୁବକଙ୍କୁ ସିଙ୍ଗାପୁର ଚାକିରୀ ନାଁରେ କୋଟି କୋଟି ଟଙ୍କା ହେରାଫେରୀ !
- ସନ୍ଦେହରେ ବିଜେଡି ନେତା ସଂତୃପ୍ତ ମିଶ୍ରଙ୍କ ପତ୍ନୀ ଅଳକା ଆରୋରାଙ୍କ ଭୂମିକା
- ଅଳକାଙ୍କ ନିର୍ଦ୍ଦେଶନାରେ ୱାର୍ଲଡ ସ୍କିଲ ସେଣ୍ଟରରେ ଚାଲିଛି ଅଣଓଡ଼ିଆ ପୋଷା !
- କେଉଁ ସ୍ବାର୍ଥରେ ସିଙ୍ଗାପୁର କମ୍ପାନୀକୁ ଦିଆଯାଉଥିଲା ଅହେତୁକ ଅନୁକମ୍ପା ?
- ଇଣ୍ଟର୍ଣ୍ଣସିପ୍ ଓ ନିଯୁକ୍ତି ନାଁରେ ଓଡ଼ିଆ ଯୁବକଙ୍କ ସହ ବଡ଼ ଧୋକା !
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ବିଜେଡି ଶାସନ ଅମଳରେ ଆଉ ଏକ ବଡ଼ କେଳେଙ୍କାରୀ। ଅଣ ଓଡ଼ିଆଙ୍କ ପିଛା କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଶ୍ରାଦ୍ଧର ଆଉ ଏକ ବଡ଼ ନମୂନା। ୱାର୍ଲଡ ସ୍କିଲ ସେଣ୍ଟର ନାଁରେ ଓଡ଼ିଆ ଯୁବକଙ୍କ ସହ ଧୋକ୍କା। ବାହାର କମ୍ପନୀଙ୍କ ପ୍ରତି ଅହେତୁକ ଅନୁକମ୍ପା। ଆଉ ଏସବୁ କେଳେଙ୍କାରୀରେ ସନ୍ଦେହ ଘେରରେ ଚାନ୍ଦା ମାଇଁ ଅର୍ଥାତ ବିଜେଡି ନେତା ସଂତୃପ୍ତ ମିଶ୍ର ବା ଚାନ୍ଦା ମାମାଙ୍କ ଧର୍ମ ପତ୍ମୀ ଅଳକା ଆରୋରାଙ୍କ ଭୂମିକା। ବିଜେଡି ପାଇଁ କର୍ପୋରେଟ୍ ଚାନ୍ଦା ଯୋଗାଇ ଦେଉଥିଲେ ଆଦିତ୍ୟ ବିର୍ଲା କମ୍ପାନୀର ତତକାଳୀନ ଏଚଆର ମୁଖ୍ୟ ସଂତୃପ୍ତ ମିଶ୍ର। ଏପଟେ ପତ୍ନୀ ଅଳକାଙ୍କୁ ୱାର୍ଲଡ ସ୍କିଲ ସେଣ୍ଟରର ସିଇଓ ଭାବେ ଥଇଥାନ କରି ଆପ୍ୟାୟିତ କରିଥିଲେ ନବୀନ ସରକାର। ଖାଲି ଅଳକା ନୁହନ୍ତି ଏହି ୱାର୍ଲଡ ସ୍କିଲ ସେଣ୍ଟର ବା ଡବ୍ଲୁଏସ୍ ସି ପାଲିଟିଛି ଏକାଧିକ ଅଣ ଓଡ଼ିଆଙ୍କ ଥଇଥାନ କେନ୍ଦ୍ର। ତାମିଲ ବାବୁ ଟି.ଥମ୍ବିରାଜାଙ୍କୁ ମିଳିଥିଲା ପ୍ରିନ୍ସିପାଲ ପଦବୀ। ଓଡ଼ିଆ କହୁନଥିବା କିମ୍ବା ବୁଝୁନଥିବା ଏହି ତାମିଲ ବାବୁଙ୍କୁ ଓଡ଼ିଶାର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର କୁଳପତିଙ୍କଠାରୁ ମିଳୁଥିଲା ୧୦ ଗୁଣ ଅଧିକ ଦରମା।
ସେହପରି ବୁଷ୍ ପୋ ନାରେ ଆଉ ଜଣେ ଅଣ ଓଡିଆ ଅଧିକାରୀଙ୍କୁ ଚିଫ ସ୍କିଲ୍ ଅଫିସର ଭାବେ ଥଇଥାନ କରି ମାସକୁ ଦିଆଯାଉଛି ପ୍ରାୟ ୩୩ ଲକ୍ଷ ଟଙ୍କାର ଦରମା। ଖାଲି ସେତିକି ନୁହେଁ ସିଙ୍ଗାପୁର ନାଁରେ ୩ ଜଣ ଅଣଓଡ଼ିଆ ଅଧିକାରୀଙ୍କୁ ନିର୍ଦ୍ଦେଶକ ଭାବେ ଥାଇଥାନ କରି ଜଣକା ମାସିକ ୨୨ ଲକ୍ଷ ଟଙ୍କା ଦରମା ସାଙ୍ଗକୁ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ତେବେ ମୋଟା ଅଙ୍କ ଦରମାରେ ଏସବୁ ଅଣଓଡ଼ିଆଙ୍କ ନିଯୁକ୍ତିର ଫଳ କିନ୍ତୁ ଶୂନ୍। ସିଙ୍ଗାପୁରରେ ଜଣେ ହେଲେ ବି ଓଡ଼ିଆଙ୍କୁ ମିଳିନାହିଁ ନିଯୁକ୍ତି। ତାହାହେଲେ କେଉଁ ସ୍ବାର୍ଥରେ ଇଣ୍ଟର୍ଣ୍ଣସିପ୍ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଣଓଡ଼ିଆ କମ୍ପାନୀଙ୍କୁ ମାଡାମ ଅଳକା ଦେଖାଉଥିଲେ ଅନୁକମ୍ପା ?
ସେହିପରି ଷ୍ଟୁଡେଣ୍ଟ୍ ଏକ୍ସଚେଞ୍ଜ ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା WORLD SKILL CENTER। ହେଲେ ସିଙ୍ଗାପୁରର ଛାତ୍ର ମାତ୍ର ଦୁଇ ଦିନ ଓଡ଼ିଶା ଆସି ଚାଲିଯାଇଥିବା ଜଣାପଡ଼ିଛି। ଏବେ କେଳେଙ୍କାରୀ ସାମ୍ନାକୁ ଆସିବା ପରେ WORLD SKILL CENTER ବିରୋଧରେ ଆସିଥିବା ଏହି ଅଭିଯୋଗର ତଦନ୍ତ କରାଇବେ କି ରାଜ୍ୟ ସରକାର ? ଏହି କେଳେଙ୍କାରୀ ପଛରେ ଚାନ୍ଦା ମାଇଁ ଅର୍ଥାତ ମାଡାମ୍ ଅଳକା ଆରୋରାଙ୍କ ଭୂମିକାର କଣ ହେବ କି ଯାଞ୍ଚ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: