Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ସରକାର ଆସିବା ପରେ ଓଡ଼ିଶା ମୁହାଁ ବଡ଼ ଉଦ୍ୟୋଗ, ପୁଣି ଫେରୁଛି ପୋସ୍କୋ

Ritu Das
Browse all articles by Ritu Das
·1 year ago·2 min read
ବିଜେପି ସରକାର ଆସିବା ପରେ ଓଡ଼ିଶା ମୁହାଁ ବଡ଼ ଉଦ୍ୟୋଗ, ପୁଣି ଫେରୁଛି ପୋସ୍କୋ

ଅର୍ଗସ ବ୍ୟୁରୋ: ବିଜେଡି ସରକାର ସମୟରେ ଓଡ଼ିଶା ଛାଡ଼ିଥିଲେ, ଏବେ ବିଜେପି ସରକାର ସମୟରେ ଫେରୁଛନ୍ତି ବଡ଼ ଶିଳ୍ପ । ଶିଳ୍ପାୟନ ଦିଗରେ ମାରାଥନ୍ ଉଦ୍ୟମ, ଓଡ଼ିଶା ପ୍ରତି ସୃଷ୍ଟି କରିଛି ସକାରାତ୍ମକ ମନୋଭାବ। ଡବଲ ଇଞ୍ଜିନ ସରକାରରେ ବଡ଼ ବଡ଼ ଶିଳ୍ପ ପୁଣି ଓଡ଼ିଶା ମୁହାଁ ହେଉଛନ୍ତି। ଯାହାର ସଦ୍ୟ ଉଦାହରଣ ହେଉଛି ପୋସ୍କୋ । ଦକ୍ଷିଣ କୋରିଆର ଏହି ମେଗା କମ୍ପାନୀ ଓଡିଶା ଫେରିବା ସହ ଜିନ୍ଦଲ ସହ ମିଶି କେନ୍ଦୁଝରରେ କରିବାକୁ ଯାଉଛି ଷ୍ଟିଲ ପ୍ଲାଣ୍ଟ । ଏହି ଘୋଷଣା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ।

ସେହିପରି ଶିଳ୍ପ ମନ୍ତ୍ରୀ କହିଛନ୍ତି Arcel Mittol Nipon ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାମ ପୂର୍ବ ସରକାର ସମୟରେ ଶିଥିଳ ହୋଇଥିଲା। ଏବେ ନୂଆ ସରକାରରେ ତ୍ବରାନ୍ବିତ ହୋଇଛି। କମ୍ପାନୀ ସହ ଦୁଇ ଥର ରିଭ୍ୟୁ ହୋଇଛି । କମ୍ପାନୀର ୨୦୦ରୁ ଅଧିକ କର୍ମଚାରୀ ଓଡ଼ିଶାରେ ରହି କାମ ତଦାରଖ କରୁଛନ୍ତି। ମହକାଳପଡ଼ା ବ୍ଲକ ମାର୍ଶାଘାଇ ଅଞ୍ଚଳ ଯେଉଁଠାରେ ଏହି ପ୍ଲାଣ୍ଟ ହେବ, ସେଠାରୁ ପ୍ରାୟ ୬୦ ଜଣ ଡିପ୍ଲୋମା ହୋଲ୍ଡର ପିଲାଙ୍କୁ ତାଲିମ୍ ଦେଉଛନ୍ତି । ତାଲିମ ପରେ ଏ ଓଡ଼ିଆ ପିଲା ସେହି ପ୍ଲାଣ୍ଟରେ ନିଯୁକ୍ତି ପାଇବାର ବ୍ୟବସ୍ଥା ହେଉଛି।

ଓଡ଼ିଶାରେ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ରାଜ୍ୟ ଓ ଦେଶ ବାହାରେ ରୋଡ଼ ସୋ କରି ବଡ଼ ସଫଳତା ସାଉଣ୍ଟିଛନ୍ତି ବିଜେପି ସରକାର। ସେପଟେ ବିଜେପି ସରକାରକୁ ବଦନାମ କରିବାକୁ ବିରୋଧୀ ବିଜେଡି କରିଚାଲିଛି ମିଛ ପ୍ରଚାର। Arcelor Mittol Nipon ଓଡିଶାରୁ ପଳାଇ ଯାଉଥିବା ନେଇ ମିଛ ଖବର ପ୍ରଚାର କରିଥିଲେ ବିଜେଡି ନେତା । ଯାହାକୁ କଡା କାଉଣ୍ଟର କରିଛି ବିଜେପି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

2036ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ 100 ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ସେହି ସମୟ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ନେଇ ମିଶନ ମୋଡରେ କାମ କରୁଛି ବିଜେପି ସରକାର। ଏବେ ବଡ଼ ବଡ଼ ଶିଳ୍ପ ଓଡ଼ିଶା ମୁହାଁ ହେବା ମିଶନ 2036 ହାସଲ ଦିଗରେ ମାଇଲଷ୍ଟୋନ୍ ପ୍ରମାଣିତ ହେବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
After coming | Argus News