Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୦୦ ଦିନ ପୂରଣ ଦେଶକୁ ମିଳିଛି ବିକାଶ କ୍ଷେତ୍ରରେ ନୂଆ ଉଡାଣ

Odisha

୧୦୦ ଦିନ ପୂରଣ ଦେଶକୁ ମିଳିଛି ବିକାଶ କ୍ଷେତ୍ରରେ ନୂଆ ଉଡାଣ

Rashmita Mishra
Browse all articles by Rashmita Mishra
·1 year ago·2 min read
୧୦୦ ଦିନ ପୂରଣ ଦେଶକୁ ମିଳିଛି ବିକାଶ କ୍ଷେତ୍ରରେ ନୂଆ ଉଡାଣ

ଅର୍ଗସ ବ୍ୟୁରୋ: ମୋଦି ୩.୦ର ୧୦୦ ଦିନ ପୂରଣ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଉଲ୍ଲେଖନୀୟ ପଦକ୍ଷେପର ହିସାବ ସହ ବିଶେଷ ବୁକଲେଟ୍ ଜାରି କରାଯାଇଛି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉନ୍ମଚନ କରିଛନ୍ତି ଏହି ବୁକଲେଟ୍। ଏହି ଅବସରରେ ଶାହ କହିଛନ୍ତି ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମୋଦି ୩.୦ର ପ୍ରଥମ ୧୦୦ ଦିନରେ ହୋଇଛି ଅଭୁତପୂର୍ବ ନିଷ୍ପତି। 

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ 100 ଦିନରେ ୫ ଲକ୍ଷ କୋଟି ଟଙ୍କାର ଯୋଜନାକୁ ମିଳିଛି ମଞ୍ଜୁରୀ। ସେଥିର କେବଳ ଭିତ୍ତିଭୂମି ବିକାଶ ପାଇଁ ରହିଛି ୩ ଲକ୍ଷ କୋଟି ଟଙ୍କାର ଯୋଜନା। ଏହା ମଧ୍ୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ମହାରାଷ୍ଟ୍ର ବାଧୱାନରେ ୭୬ ହଜାର କୋଟି ଟଙ୍କା ନିବେଶରେ ବନିବାକୁ ଯାଉଥିବା ମେଗା ବନ୍ଦର। ଏହା ବନିବ ବିଶ୍ବର ୧୦ ପ୍ରମୁଖ ବନ୍ଦର ମଧ୍ୟରୁ ଅନ୍ୟତମ। ୨୦୩୦ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ରଖାଯାଇଛି ଲକ୍ଷ୍ୟ। ଏହି ବନ୍ଦର କାର୍ଯ୍ୟକାରୀ ହେଲେ ସୃଷ୍ଟି ହେବ ୧୨ ଲକ୍ଷ ନିଯୁକ୍ତି ସୁଯୋଗ।

ଭୁବନେଶ୍ବରରେ ସୁଭଦ୍ରା ଯୋଜନା ସହ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ନିଜ ତୃତୀୟ ପାଳି ସରକାରର ପ୍ରଥମ ୧୦୦ ଦିନର ହିସାବ। କହିଛନ୍ତି କୃଷକ, ଯୁବକ ଓ ନାରୀଶକ୍ତିର ସଶକ୍ତିକରଣ ପାଇଁ ଏହା ୧୦୦ ଦିନରେ ନିଆଯାଇଛି ବହୁ ବଡ଼ ଫଇସଲା। ଏଥିସହ ଗରିବଙ୍କ ପାଇଁ ୩ କୋଟି ପକ୍କାଘର ବନାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ଯୁବବର୍ଗଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପିଏମ୍ ପ୍ୟାକେଜ ଲାଗି ହୋଇଛି ଘୋଷଣା। ଏହା ଅନ୍ତର୍ଗତ ଘରୋଇ କମ୍ପାନୀରେ ଯୁବବର୍ଗଙ୍କ ପ୍ରଥମ ଚାକିରିର ପ୍ରଥମ ଦରମା ଦେବେ ମୋଦି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୃତୀୟ ପାଳିକ ପ୍ରଥମ ୧୦୦ ଦିନରେ 12 ନୂଆ ଇଣ୍ଡଷ୍ଟ୍ରିଆଲ ସିଟି ବନାଇବାକୁ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ସେହିପରି ୮ ହାଇସ୍ପିଡ୍ ରୋଡ କରିଡର ପ୍ରୋଜେକ୍ଟକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ତାଛଡ଼ା ଏହି ଅବଧି ମଧ୍ୟରେ ୧୫ରୁ ଅଧିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଲଞ୍ଚ କରାଯାଇଛି ସାରା ଦେଶରେ। ମୋଦି ୩.୦ର ୧୦୦ ଦିନ ପୂରଣ ଅବସରରେ ଏକ୍ସରେ ପୋଷ୍ଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି

ପ୍ରଥମ 100 ଦିନରେ ସାହସିକ, ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇ ମୋଦି 3.0 ପ୍ରତ୍ୟେକ କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ସୁନିଶ୍ଚିତ କରିବା ସହିତ ସମାଜର ସମସ୍ତ ବର୍ଗ- କୃଷକ, ମହିଳା, ଯୁବକ, ଗରିବ ଏବଂ ଦୁର୍ବଳ, ମଧ୍ୟମ ବର୍ଗ, ବରିଷ୍ଠ ନାଗରିକ, ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ଏକ ଦୃଢ ମୂଳଦୁଆ ପକାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Sponsored
After completing 100 days, the country has got new flights in the field of development | Argus News