Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେବାଶିଷଙ୍କ ମନ୍ତବ୍ୟ ପରେ ଚର୍ଚ୍ଚାରେ ବିଜେଡି-କଂଗ୍ରେସ ସମ୍ପର୍କ

Odisha

ଦେବାଶିଷଙ୍କ ମନ୍ତବ୍ୟ ପରେ ଚର୍ଚ୍ଚାରେ ବିଜେଡି-କଂଗ୍ରେସ ସମ୍ପର୍କ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦେବାଶିଷଙ୍କ ମନ୍ତବ୍ୟ ପରେ ଚର୍ଚ୍ଚାରେ ବିଜେଡି-କଂଗ୍ରେସ ସମ୍ପର୍କ

Key Points

ଦେବାଶିଷଙ୍କ ମନ୍ତବ୍ୟ ପରେ ଚର୍ଚ୍ଚାରେ ବିଜେଡି-କଂଗ୍ରେସ ସମ୍ପର୍କ
ସମ୍ବିତ ରାଉତରାୟ ବି କଲେ ଦେବାଶିଷଙ୍କ କଥାକୁ ସମର୍ଥନ
ପୂର୍ବରୁ କଂଗ୍ରେସ ସାହାଯ୍ୟରେ ଭାଙ୍ଗିବାରୁ ବର୍ତ୍ତିଥିଲା ବିଜେଡି ସରକାର
ସମୀକ୍ଷକ କହିଲେ ବିଜେଡି- କଂଗ୍ରେସ ମେଣ୍ଟ ଚର୍ଚ୍ଚା ନୁହେଁ ନିରାଧାର
ବିଜେପି କହିଲା ଦିବା ସ୍ବପ୍ନ ଦେଖୁଛି ବିଜେଡି, ସଫଳ ହେବନି ଯୋଜନା
ଦେବାଶିଷଙ୍କ ମନ୍ତବ୍ୟ ବ୍ୟକ୍ତିଗତ କହି ବିବାଦରୁ ଖସିବାକୁ ବିଜେଡିର ବାହାନା

ଅର୍ଗସ ବ୍ୟୁରୋ:  କହୁ କହୁ ସର୍ବସମ୍ମୁଖରେ କଂଗ୍ରେସ ସହ ବିଜେଡିର ଭିତିରି ସମ୍ପର୍କ ଖୋଲିଦେଲେ ଦେବାଶିଷ ସାମନ୍ତରାୟ। ଦୁଇ ଦଳର ଭିତିରି ମଧୁଚନ୍ଦ୍ରିକାରେ ପୁଣି ମୋହର ଲଗାଇଲେ ସମ୍ବିତ ରାଉତରାୟ। ଦେବାଶିଷଙ୍କୁ ମନ୍ତବ୍ୟକୁ ଖୋଲାଖୋଲି କଲେ ସମର୍ଥନ। ତେବେ କଂଗ୍ରେସ ସହ ଭିତରିଆ ବୁଝାମଣାର ଅଧିକ ଖୁଲାସା ହେବା ପୂର୍ବରୁ ଦେବାଶିଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ କହି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ କରିଛି ବିଜୁ ଜନତା ଦଳ। ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନ୍ୟାୟରେ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ବିଜେଡି କଂଗ୍ରେସର ନୀକଟତର ହୋଇଥିବା କଥା କାହାକୁ ଅଛପା ନାହିଁ। ଗତ ବିଧାନସଭା ଅଧିବେଶନରେ ବି ଦୁଇ ଦଳ ମଧ୍ୟରେ ଉତ୍ତମ ତାଳମେଳ ସେଆଡ଼କୁ ଇସାରା କରୁଛି। ୨୦୦୯ରେ ମଧ୍ୟ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପରେ ସଂଖ୍ୟା ନଥାଇ ବି କଂଗ୍ରେସର ପରୋକ୍ଷ ସହଯୋଗରୁ ନବୀନଙ୍କ ଗାଦି ସୁରକ୍ଷିତ ରହିଥିଲା। ତେଣୁ ଦେବାଶିଷଙ୍କ କଥାର ଆଧାର ରହିଥିବା କହିଛନ୍ତି ରାଜନୀତି ସମୀକ୍ଷକ।

ବିଜେଡି ପରି କଂଗ୍ରେସ ବି ଦୁଇ ଦଳ ଭିତରେ କିଛି ସମ୍ପର୍କ ଥିବା ଉପରକୁ ଦେଖାଇବାକୁ ଚାହୁଁନାହିଁ। ସେପଟେ ଦେବାଶିଷଙ୍କ ବୟାନ ନେଇ ବିଜୁ ଜନତାଦଳକୁ ଧୋଇଛି ବିଜେପି। କହିଛି ଦିବାସ୍ବପ୍ନ ଦେଉଛନ୍ତି ବିଜେଡି ନେତା। ବିଜେଡିରୁ ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି. ବିଜେଡିର ଘର ଖାଲି ହୋଇଗଲାଣି. ତେଣୁ ଏଭଳି ମନ୍ତବ୍ୟ ଦେଇ ନିଜ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କରୁଛି ବିଜେଡି। ୨୪ ବିଧାନସଭା ନିର୍ବାଚନରେ ବିଜେଡିକୁ ସରକାରରୁ ଓପାଡ଼ି ଫୋପାଡ଼ିଦେଲେ ଓଡ଼ିଶାବାସୀ। ହେଲେ କ୍ଷମତାର ନିଶା ଏପରି ଲାଗିଛି ବିଜୁ ଜନତା ଦଳକୁ ଯେଉଁ କଂଗ୍ରେସ ଶାସନକୁ ବିରୋଧ କରି ହୋଇଥିଲା ବିଜେଡିର ସୃଷ୍ଟି ଏବେ କ୍ଷମତା ପାଇଁ ସେହି ଦଳର ହାତ ଧରିବାକୁ ମଧ୍ୟ ପ୍ରସ୍ତୁତ ବିଜୁ ଜନାତା ଦଳ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After debasish comments, BJD-Congress relations are in the news | Argus News