Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧର୍ମେନ୍ଦ୍ର ସାହୁଙ୍କ ପରେ ଶ୍ରୀମନ୍ତ ସ୍ବାଇଁଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହେବେ ସମୀର ଦାଶ ! 

Manini Pattanayak
Browse all articles by Manini Pattanayak
·2 years ago·1 min read
ଧର୍ମେନ୍ଦ୍ର ସାହୁଙ୍କ ପରେ ଶ୍ରୀମନ୍ତ ସ୍ବାଇଁଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହେବେ ସମୀର ଦାଶ ! 

ଭୁବନେଶ୍ୱର:  ସମୀର-ସୁଇସାଇଡ୍-ବିବାଦ । ଧର୍ମେନ୍ଦ୍ର ସାହୁଙ୍କ ପରେ ଶ୍ରୀମନ୍ତ ସ୍ବାଇଁ ଆତ୍ମହତ୍ୟା ମାମଲାରେ ବିବାଦ ଘେରକୁ ଆସିଛନ୍ତି ନିମାପଡା ବିଜେଡି ବିଧାୟକ ସମୀର ଦାଶ। 3 ଦିନ ତଳେ ନିମାପଡା ଗୋପ ଥାନା ତରଙ୍ଗିରା ଗାଁର ଶ୍ରୀମନ୍ତ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ହେଲେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ୍ ମିଡିଆରେ ଶ୍ରୀମନ୍ତଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ସମୀର ଦାଶଙ୍କ ଲୋକ ତାଙ୍କ ଉପରେ ଆକ୍ରମଣ କରିଛନ୍ତି, ଏବଂ ସେ ଆତ୍ମହତ୍ୟା କରିବେ ବୋଲି ଭିଡିଓରେ କହିଚନ୍ତି। କିଛି ଦିନ ତଳେ ସମୀର ଦାଶଙ୍କ କାର୍ଯ୍ୟକ୍ରମରେ ତାଙ୍କ ଗୁଣ୍ଡା ବାହିନୀ ଗୋପ ବିଜେପି ଯୁବମୋର୍ଚ୍ଚା ସଭାପତି ଶିବ ପ୍ରସାଦ ସ୍ବାଇଁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଶିବ ପ୍ରସାଦଙ୍କ ବାପା ଏକ ସ୍କୁଲରେ ଚାକିରୀ କରୁଥିଲେ। ତେବେ ସମୀର ଦାଶ ଚାପ ପକାଇ ତାଙ୍କୁ ବଦଳି କରାଇଥିବାର ଅଭିଯୋଗ ହୋଇଥିଲା । ଶ୍ରୀମନ୍ତ ଏଇ କଥାକୁ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ କହିଥିଲେ । ତାପରେ ସେ ଆତ୍ମହତ୍ୟା କଲେ। ଏବେ ବଡ଼ ପ୍ରଶ୍ନ କାହିଁକି ଆତ୍ମହତ୍ୟା କଲେ ଶ୍ରୀମନ୍ତ । ଆତ୍ମହତ୍ୟା ପୂର୍ବରୁ ଶ୍ରୀମନ୍ତଙ୍କ ଭିଡିଓକୁ ନେଇ ଯାଞ୍ଚ କରିବ କି ପୋଲିସ, ତଦନ୍ତ ପରିସରକୁ ଆସିବେ କି ସମୀର, ନା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା ଭଳି ଏ କେସ ବି ଚପିଯିବ। ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ସମୀର ଦାଶଙ୍କ ନାଁ ନେଇଥିଲେ। ହେଲେ ସମୀରଙ୍କୁ ତଦନ୍ତ ପରିସରକୁ ନେଇନଥିଲା କମିଶନରେଟ୍ ପୋଲିସ। ...

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After Dharmendra Sahu, Sameer Dash will be accused in the suicide case of Shrimant Swain! | Argus News