Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍‌ ହସ୍ପିଟାଲରେ ପ୍ରବଳ ଉତ୍ତେଜନା

Odisha

ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍‌ ହସ୍ପିଟାଲରେ ପ୍ରବଳ ଉତ୍ତେଜନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍‌ ହସ୍ପିଟାଲରେ ପ୍ରବଳ ଉତ୍ତେଜନା

ଅର୍ଗସ ବ୍ୟୁରୋ:  ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍‌ ହସ୍ପିଟାଲରେ ପ୍ରବଳ ଉତ୍ତେଜନା । ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଗତକାଲି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଇଥିଲା । ରାତି ଗୋଟାଏରେ ଦିଲ୍ଲୀପଙ୍କ ସହ କଥା ହୋଇଥିଲେ ତାଙ୍କ ମାଆ । କିନ୍ତୁ ରାତି ୩ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ହସ୍ପିଟାଲ ବାହାରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ସେପଟେ ମୃତଦେହ ହସ୍ତାନ୍ତର ନେଇ ପ୍ରତିକ୍ରିୟା ରଖିଛନ୍ତି DCP ।

DNA ରିପୋର୍ଟ ଆସିବା ପରେ ୨ ପରିବାର ଉପସ୍ଥିତିରେ ହେବ ଶବ ହସ୍ତାନ୍ତର ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଠି ପ୍ରଶ୍ନ ରାତି ଗୋଟାଏରେ ଯଦି ସ୍ବାସ୍ଥାବସ୍ଥା ଭଲ ଥିଲା ତେବେ ରାତି ୩ଟାରେ କିପରି ମୃତ୍ୟୁ ହେଲା । ଦିଲ୍ଲୀପ ବଞ୍ଚିଥିଲେ ସତ ପଦାକୁ ଆସିଥାନ୍ତା । ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
After dilip's death, there was a huge uproar at Hitech Hospital | Argus News