Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫ ଦିନ ଧରି ମଣ୍ଡପରେ ପୂଜା ପରେ ଆଜି ଶେଷ ହୋଇଛି ମହାମାୟାଙ୍କ ପୂଜା

Odisha

୫ ଦିନ ଧରି ମଣ୍ଡପରେ ପୂଜା ପରେ ଆଜି ଶେଷ ହୋଇଛି ମହାମାୟାଙ୍କ ପୂଜା

Ritu Das
Browse all articles by Ritu Das
·1 year ago·2 min read
୫ ଦିନ ଧରି ମଣ୍ଡପରେ ପୂଜା ପରେ ଆଜି ଶେଷ ହୋଇଛି ମହାମାୟାଙ୍କ ପୂଜା

ଅର୍ଗସ ବ୍ୟୁରୋ: ବିଜୟା ଦଶମୀ- ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ଆଜି ବିଜୟା ଦଶମୀରେ ଜଗଜ୍ଜନନୀଙ୍କ ଆରାଧନାରେ ନିମଗ୍ନ ସାରା ଓଡ଼ିଶା । ମଣ୍ଡପରେ ବିଜୟା ଦଶମୀ ପାଳନ ହେଉଥିବା ବେଳେ, ମହାମାୟୀଙ୍କୁ ଦର୍ଶନ କରିବାର ଆଜି ଶେଷ ଦିନ । ସେଥିପାଇଁ ଏହାକୁ କେହି ହାତ ଛଡ଼ା କରିବାକୁ ଚାହୁନାହାନ୍ତି।
୫ ଦିନ ଧରି ମଣ୍ଡପରେ ମାଆଙ୍କ ପୂଜା ପରେ ଆଜି ଶେଷ ହୋଇଛି ମାଆଙ୍କ ଦଶହରା ପୂଜା । ଦଶହରା ପୂଜାର ଅନ୍ତିମ ଦିନ ଅର୍ଥାତ ବିଜୟା ଦଶମୀ ପୂଜାରେ ସକାଳୁ ମାଙ୍କ ନିକଟରେ ସମସ୍ତ ପୂଜାର୍ଚ୍ଚନା ଶେଷ କରିବା ପରେ ଚଣ୍ଡୀ ପାଠ ଶେଷ କରାଯାଇଥିଲା । ପରେ ବିସର୍ଜନ ଲାଗି ମଧ୍ୟ ଆଜି ମଣ୍ଡପରେ ପୂଜା ଶେଷ ହୋଇଛି । ଦଶମୀ ପୂଜାରେ କଟକର ଅଧିକାଶଂ ପୂଜା ମଣ୍ଡପରେ ଦହି ପଖାଳର ଭୋଗ ଲାଗି ହୋଇଛି । ଦଶମୀ ପୂଜାର ଅନ୍ୟ ଏକ ଆକର୍ଷଣ ମହିଳାଙ୍କ ସିନ୍ଦୁର ଖେଳ । 
ଆଜି ପବିତ୍ର ବିଜୟା ଦଶମୀରେ ସୁନାବେଶ ବା ରାଜାଧିରାଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନ ଲାଗି ଓ ନୂଆଲୁଗ ଲାଗି ହୋଇ ମହାପ୍ରଭୁଙ୍କୁ ୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇଥିଲା । ଅନ୍ୟପଟରେ ଶ୍ରୀକ୍ଷେତ୍ରର ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ବିଭିନ୍ନ ମୃଣ୍ମୟୀ ଦେବୀ, ଗୋଷାଣୀ ନାଗା, ସମ୍ପାତ୍ତି ଆଦି ଆସନ୍ତାକାଲି ସିଂହଦ୍ଵାରଠାରେ ଦେବସଭାରେ ଏକତ୍ର ହେବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ମହାଦୀପ ଉଠିବାପରେ ଏହି ମୂର୍ତ୍ତି ସବୁ ବିସର୍ଜିତ ହେବେ ।
ଢେଙ୍କାନାଳ-
ଢେଙ୍କାନାଳର ଗଣପର୍ବ ଭିତରେ କାମାକ୍ଷାନଗରର ଦଶହରା ପର୍ବ ସମଗ୍ର ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ରଙ୍ଗାରଙ୍ଗ ଆଲୋକ ସଜ୍ଜା ସାଙ୍ଗକୁ ତୋରଣ ଓ ଡିଜିଟାଲ ଲାଇଟରେ ଝଲସି ଉଠୁଛି କାମାକ୍ଷାନଗର । ସହରର ପ୍ରାୟ ୧୮ ଟି ପୂଜା ମଣ୍ଡପରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତିକୁ ପୂଜା କରାଯାଇଛି। 
ସୁବର୍ଣ୍ଣପୁର
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଡୁଙ୍ଗୁରିପାଲି ଶାଖା ପକ୍ଷରୁ ଚୈତନ୍ୟ ଦେବୀ ମଣ୍ଡପ ଆୟୋଜନ କରାଯାଇଛି । ତିନି ଦିନରେ ଭିନ୍ନ ଭିନ୍ନ ରୂପରେ ପ୍ରଦର୍ଶିତ ହେଉଛନ୍ତି ମାଆ । ଆଜି ରାମ ସୀତା, ରାଧା କୃଷ୍ଣ ଓ ମା ଦୁର୍ଗା ମହିଷାସୁର ବଦ୍ଧରେ ବାହାରି ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । 
ମୟୂରଭଞ୍ଜ-କରଞ୍ଜିଆ
କରଞ୍ଜିଆ ବ୍ଲକ ବାଲିପୋଷି ଗାଁରେ ମାଁ ଜଗତଜନନୀଙ୍କ ପୂଜା ରୀତିନୀତି ଅନୁସାରେ ପାଳନ ହୋଇଛି । ବିଜୟା ଦଶମୀ ପାଇଁ ମାଆଙ୍କ ଦର୍ଶନ କରିବାକୁ ଭିଡ଼ ଲାଗୁଛି । କୋରାପୁଟ-
କୋରପୁଟ ସହରର ବସ୍‌ଷ୍ଟାଣ୍ଡରେ ଘରୋଇ ବସ୍‌ ଚାଳକ ସଂଘ ପକ୍ଷରୁ 25 ବର୍ଷ ଧରି ମାଆ ପୂଜା ପାଉଛନ୍ତି । ଜୟପୁର ବଜାରର ପାୱାର ହାଉସରେ ପୂଜା ପାଉଛନ୍ତି ମାଆ । ଆଜି ଦଶମୀ ଥିବାରୁ ଜଗଜ୍ଜନନୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭଡ଼ି ଲାଗୁଛି । 
ବ୍ରହ୍ମପୁର-
ରେଶମ ସହର ବ୍ରହ୍ମପୁରରେ ବି ବେଶ ଧୁମଧାମରେ ଚାଲିଛି ଦେବୀ ଦଶଭୁଜାଙ୍କ ସାରଦୀୟ ପୂଜା । ସହରର ମୋଟ ଚଳିତ ବର୍ଷ ୪୨ଟି ଦୁର୍ଗାପୂଜା ମେଢ଼ ଆୟୋଜିତ ହୋଇଛି। ସବୁଠୁ ପୁରାତନ ବିଜିପୁର ପୂଜା ମଣ୍ଡପରେ ୬୧ ବର୍ଷରେ ପହଞ୍ଚିଛି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
After five days | Argus News