Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରବାଟିରେ ଫ୍ଲଡ୍ ଲାଇଟ୍ ବିଭ୍ରାଟ୍: ଅଧ ଘଣ୍ଟା ବନ୍ଦ ରହିଲା ଭାରତର ବ୍ୟାଟିଂ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବାରବାଟିରେ ଫ୍ଲଡ୍ ଲାଇଟ୍ ବିଭ୍ରାଟ୍: ଅଧ ଘଣ୍ଟା ବନ୍ଦ ରହିଲା ଭାରତର ବ୍ୟାଟିଂ

କଟକ: ଇଂଲଣ୍ଡ ଦେଇଥିବା ୩୦୫ ରନ୍‌ର ଟାର୍ଗେଟ୍‌କୁ ଭାରତୀୟ ଦଳ ପିଛା କରୁଥିବା ଅଧାରୁ ବନ୍ଦ ରହିଛି ମ୍ୟାଚ୍ । ଫ୍ଲଡ୍ ଲାଇଟ୍ ବିଭ୍ରାଟ କାରଣରୁ ମ୍ୟାଚ୍ ଅଧାରୁ ବାଧାପ୍ରାପ୍ତ ହୋଇଛି । ଭାରତ ପକ୍ଷରୁ ଓପନର୍ ରୋହିତ ଶର୍ମା ଓ ଶୁବମନ ଗିଲ୍ ବ୍ୟାଟିଂ କରୁଥିବା ବେଳେ ଫ୍ଲଡ୍ ଲାଇଟ୍‌ରେ ବିଭ୍ରାଟ୍ ଦେଖା ଦେଇଥିଲା ।


ଫ୍ଲଡ୍ ଲାଇଟ୍‌ରେ ସମସ୍ୟା କାରଣରୁ ଭାରତର ବ୍ୟାଟିଂ ୬ଟା ୨୩ ମିନିଟ୍‌ରୁ ବନ୍ଦ ରହିଛି । ଫ୍ଲଡ୍ ଲାଇଟ୍ ବିଭ୍ରାଟ୍ ବେଳେ ଗ୍ୟାଲେରିରେ ଥିବା ଦର୍ଶକ ମୋବାଇଲ୍ ଫ୍ଲାଶ୍ ଲାଇଟ୍ ଦେଖାଇ ଟିମ୍‌କୁ ଉତ୍ସାହିତ କରୁଥିବା ଦେଖା ଯାଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ଭାରତୀୟ ଦଳର ବ୍ୟାଟିଂ ବନ୍ଦ ରହିବା ପରେ ୬ଟା ୪୩ରେ ଲାଇଟ୍ ଠିକ୍ ହୋଇଥିଲା । ଏବେ କ୍ରିଜ୍‌କୁ ରୋହିତ ଓ ଗିଲ୍ ଫେରିବା ସହ ପୁଣି ବ୍ୟାଟିଂ ଆରମ୍ଭ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମିଳିଥିବା ସୂଚନା ଅନୁସାରେ, ଫ୍ଲଡଲାଇଟ୍‌କୁ ପରିବର୍ତ୍ତନ କରାଯିବା ପରେ କୌଣସି ସମସ୍ୟା ନ ରହିଲେ ଖେଳ ପୁଣି ଆରମ୍ଭ ହେବ ବୋଲି ଆଶା ରହିଛି । ଫ୍ଲଡ୍ ଲାଇଟ୍ ଖରାପ ହେବା ସୁଦ୍ଧା ଭାରତ ୬.୧ ଓଭରରେ କୌଣସି ୱିକେଟ୍ ନ ହରାଇ ୪୮ ରନ୍ କରିଛି । କ୍ରିଜ୍‌ରେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍ ଗିଲ୍ ଅଛନ୍ତି । ଉଭୟ ଯଥାକ୍ରମେ ୨୯ ଓ ୧୭ ରନ୍ ସ୍କୋର କରିଛନ୍ତି । ଭାରତର ରନ୍ ରେଟ୍ ୭.୭୮ ରହିଛି ।

Sponsored
After Flood Light Fixed India Batting Against England Resumed In Barabati Cuttack | Argus News