Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୁନ୍ ୧ପରେ ଗାଡି ଚାଳକ ଦେବେ ୨୫,୦୦୦ଟଙ୍କା ଜରିମାନା?

Ritu Das
Browse all articles by Ritu Das
·2 years ago·1 min read
ଜୁନ୍ ୧ପରେ ଗାଡି ଚାଳକ ଦେବେ ୨୫,୦୦୦ଟଙ୍କା ଜରିମାନା?

ଅର୍ଗସ ବ୍ୟୁରୋ: ଜୁନ୍ ୧ ପରେ ଗାଡ଼ି ଚଳାଇବାର କେତେକ ନିୟମ ବଦଳିବାକୁ ଯାଉଛି। ଏହି ଆଇନର ଉଲ୍ଲଂଘନ କଲେ ତାଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଡ୍ରାଇଭିଂ ସହ ଜଡିତ ନୂତନ ନିୟମ ସରକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ବାରା ୧ ଜୁନ୍ ୨୦୨୪ରୁ ଜାରି କରାଯିବ। ନିୟମ ଅନୁସାରେ ଦ୍ରୁତ ଗତିରେ ଗାଡି ଚଳାଇଲେ ଚାଳକଙ୍କୁ ୧,୦୦୦ ରୁ ୨,୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। 

ନିୟମ ଅନୁଯାୟୀ, ନାବାଳକ ଗାଡ଼ି ଚଳାଇଲେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଯଦି କେହି ୧୮ବର୍ଷରୁ କମ୍ ବୟସ୍କ ହୋଇ ମଧ୍ୟ ଗାଡି ଚଳାଉଥିବାର ଦେଖାଯାଏ, ତେବେ ତାଙ୍କ ପାଇଁ ଏହି ଜରିମାନା ଲାଗୁ କରାଯିବ। ଜରିମାନା ବ୍ୟତୀତ ଗାଡି ମାଲିକଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ।
ସାଧାରଣତଃ ୧୮ ବର୍ଷ ବୟସ୍କଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇପାରିବ। ୧୬ ବର୍ଷ ବୟସରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ କରାଯାଇପାରିବ। ବାସ୍ତବରେ, ୧୬ ବର୍ଷ ବୟସରେ ମଧ୍ୟ ୫୦ ସିସି କ୍ଷମତା ବିଶିଷ୍ଟ ମୋଟରସାଇକେଲ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ । ଏହା ପରେ, ଯେତେବେଳେ ୧୮ ବର୍ଷ ହେବ, ଚାଳକ ସେହି ଲାଇସେନ୍ସକୁ ଅପଡେଟ୍ କରିପାରିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After June 1, motorists | Argus News