Odisha Andhra Border Dispute / ଅମାନିଆ ଆନ୍ଧ୍ରର ପୁଣି ଦାଦାଗିରି, କୋଟିଆ ପରେ ଗଜପତିରେ ହାକିମାତି
·46 mins ago·2 min read

Key Points
ଗଜପତିରେ ବି ଆନ୍ଧ୍ର ହାକିମାତି
ଆନ୍ଧ୍ର ଅଧିକାରୀଙ୍କୁ ତଡ଼ିଲେ ଅଞ୍ଚଳବାସୀ
ସେପଟେ କୋଟିଆରେ ସରପଞ୍ଚ ନିର୍ବାଚନ ପାଇଁ ଆନ୍ଧ୍ରର ବଡ଼ ପ୍ରସ୍ତୁତି
ଆନ୍ଧ୍ର ଅଧିକାରୀଙ୍କୁ ତଡ଼ିଲେ ଅଞ୍ଚଳବାସୀ
ସେପଟେ କୋଟିଆରେ ସରପଞ୍ଚ ନିର୍ବାଚନ ପାଇଁ ଆନ୍ଧ୍ରର ବଡ଼ ପ୍ରସ୍ତୁତି
କୋଟିଆ ବିବାଦ ଥମି ନାହିଁ, ମୁଣ୍ଡ ଟେକିଲାଣି ଗଜପତିର ଗଙ୍ଗାବାଡ ବିବାଦ । କୋଟିଆରୁ ତଡା ଖାଇ ଫେରିବା ପରେ ଏବେ ଗଙ୍ଗାବାଡରେ ଅନୁପ୍ରବେଶ ପାଇଁ ଆନ୍ଧ୍ରର ଉଦ୍ୟମକୁ ପଣ୍ଡ କରିଛନ୍ତି ସ୍ଥାନୀୟ ଲୋକେ । ହଠାତ ଓଡ଼ିଶା ସୀମାରେ ପ୍ରବେଶ କରି ଆନ୍ଧ୍ର ଅଧିକାରୀଙ୍କ ଜମି ମାପଚୁପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢାଇଥିଲା । ଦୌଡି ପଳାଇଥିଲେ ଆନ୍ଧ୍ର ଅଧିକାରୀ । ଏପଟେ ୨୯ରେ କୋଟିଆରେ ସରପଞ୍ଚ ଆଉ ୱାର୍ଡମେମ୍ବର ନିର୍ବାଚନକୁ ଫ୍ଲପ୍ କରିବାକୁ ରାଜ୍ୟ ସରକାର ବି ଆରମ୍ଭ କରିଛନ୍ତି ପ୍ରସ୍ତୁତି ।
କୋଟିଆ ପରେ ଏବେ ଆନ୍ଧ୍ରର ଆଖି ଗଜପତି ଜିଲ୍ଲାର ଗଙ୍ଗାବାଡ଼ ଉପରେ । ଓଡ଼ିଶା ମାଟିରେ ହାକିମାତି କରିବାକୁ ସଜବାଜ ହେଉଛି ଆନ୍ଧ୍ର । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତର ଅମାରିଙ୍ଗି ଗାଁରେ ଆନ୍ଧ୍ରପ୍ରଦେଶର କିଛି ଅଧିକାରୀ ହଠାତ୍ ପଶି ଆସି ବେଆଇନ ଭାବେ ଜମି ମାପଚୁପ ଆରମ୍ଭ କରିଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ ଏକଜୁଟ ହୋଇ ଏଭଳି ବେଆଇନ କାର୍ଯ୍ୟର ବିରୋଧ କରିବାରୁ ଆନ୍ଧ୍ର ଅଧିକାରୀମାନେ ଗାଁରୁ ଦୌଡ଼ି ପଳାଇଥିଲେ। । ସେପଟେ ଅଭିଯୋଗ ପରେ ଗ୍ରାମବାସୀଙ୍କୁ ତୁରନ୍ତ ପଟ୍ଟା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର । ରାଜସ୍ଵ ମନ୍ତ୍ରୀ କହିଛନ୍ତି ସରକାର ଏ ବାବଦରେ ଅବଗତ ଅଛନ୍ତି ।
ସେପଟେ କୋଟିଆରେ ସରପଞ୍ଚ ଆଉ ୱାର୍ଡମେମ୍ବର ନିର୍ବାଚନ ନେଇ ସଜବାଜ ହେଉଛି ଆନ୍ଧ୍ର । ଆସନ୍ତା ୨୯ ତାରିଖରେ କୋଟିଆର ୩ ପଞ୍ଚାୟତରେ ନିର୍ବାଚନ ନେଇ ପ୍ରସ୍ତୁତି କରୁଛି । ଜବାବରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କୋଟିଆ ଭଳି ଅନେକ ସ୍ଥାନରେ ସୀମା ବିବାଦ ରହିଛି । ଖୁବଶୀଘ୍ର ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ସ୍ଥାନୀୟ ବିଧାୟକମାନଙ୍କ ସହ ଭର୍ଚୁଆଲ ବୈଠକ ହେବ । ଆନ୍ଧ୍ରପ୍ରଦେଶ ସରକାର ଯେତେ ଅବୁଝା ହେଲେ ବି ଆମେ ତାକୁ ବୁଝେଇକି ରହିବୁ । ଏପଟେ ଉଭୟ ବିଜେଡି ଆଉ କଂଗ୍ରେସ କହିଛନ୍ତି କୋଟିଆ ପ୍ରସଙ୍ଗ ନେଇ ବିଧାନସଭାରେ ସରକାରକୁ ଘେରିବୁ ।
ନିକଟରେ ଜିଲ୍ଲା ପରିଷଦ ନିର୍ବାଚନରେ ଗ୍ରାଉଣ୍ଡରେ ସବୁ ନେତା ଏକାଠି ହୋଇ ଆନ୍ଧ୍ର ଅଧିକାରୀଙ୍କୁ ମୁକାବିଲା କରିଥିଲେ । ଯାହାଫଳରେ କୋଟିଆରେ ବୁଥ୍ କରି ପାରିନଥିଲା ଆନ୍ଧ୍ର । ଆଉ ଆଗକୁ ବି ସମାନ ଷ୍ଟ୍ରାଟେଜୀରେ ମଧ୍ୟ ସରପଞ୍ଚ ନିର୍ବାଚନକୁ ଭଣ୍ଡୁର କରିବାକୁ ପ୍ରସ୍ତୁତି କରୁଛି ଓଡ଼ିଶା ପ୍ରଶାସନ । କୋଟିଆରେ ନିର୍ବାଚନ ରୋକିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପରବ ଉତ୍ସବ ପାଳନ କରିବାକୁ ଯୋଜନା କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories