Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିହାରରେ ମଦ ବ୍ୟାନ୍ ପରେ ବିହାରୀଙ୍କ ପସନ୍ଦ ପାଲଟିଛି ଓଡ଼ିଶା ଗଞ୍ଜେଇ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବିହାରରେ ମଦ ବ୍ୟାନ୍ ପରେ ବିହାରୀଙ୍କ ପସନ୍ଦ ପାଲଟିଛି ଓଡ଼ିଶା ଗଞ୍ଜେଇ 

ଭୁବନେଶ୍ୱର:  ବିହାରରେ ମଦ ବ୍ୟନ୍ ପରେ ବିହାରୀଙ୍କ ପସନ୍ଦ ପାଲଟିଛି ଓଡ଼ିଶା ଗଞ୍ଜେଇ । ବିହାରରେ ବଢ଼ିଛି ଗଞ୍ଜେଇ ଚାହିଦା । ଭୁବନେଶ୍ବରରୁ ଧରାହେଲା 148 କେଜି ଭର୍ତ୍ତି ଟ୍ରକ୍ । ବ୍ୟାଟେରୀ ଚାଲାଣ ଗାଡ଼ି ଭିତରୁ ହେଲା ଜବତ । ଗଞ୍ଜେଇ ଚୋରା ଚଲାଣକାରି ବିହାରକୁ ଚାଲାଣ କରୁଥିଲେ ଗଞ୍ଜେଇ ।

କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ୍ stf ଟ୍ରକ୍ ଟିକୁ ଜବତ କରିବା ସହ ଚାଲାଣ ହେଇଥିବା ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ଉତ୍ତରପ୍ରଦେଶର ମହେନ୍ଦ୍ର ପଲ୍, ସନି କୁମାର ଓ ବିହାରର ଅରୁଣ ମହାତୋଙ୍କୁ ଗିରଫ କରିଛି stf । Stf ସୂଚନା ଅନୁସାରେ ଟ୍ରକରେ ବ୍ୟାଟେରୀ ଆଣି ଆନ୍ଧ୍ରପ୍ରଦେଶ ବିଜୟନଗରମରୁ ବିହାର ଯାଉଥିଲା । ବ୍ରହ୍ମପୁର ନିକଟରେ ଟ୍ରକ୍ ରେ ଗଞ୍ଜେଇ ଲୋଡ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଟ୍ରେନରେ ଯିବା ସହ  ଫୋନ୍ ରେ ଅପରେଟ କରୁଥିଲା । ମାଷ୍ଟରମାଇଣ୍ଡ କୁ ଧରିବା ପାଇଁ ଏକ ଟିମ୍ ପଶ୍ଚିମବଙ୍ଗ ଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A truck loaded with 148 kg of cannabis was seized from Bhubaneswar | Argus News