Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଖାପାଖି ୫ ଦଶନ୍ଧୀର ପ୍ରତୀକ୍ଷାର ଅନ୍ତ, ଆଜି ଖୋଲିବ ରତ୍ନଭଣ୍ଡାର

Manini Pattanayak
Browse all articles by Manini Pattanayak
·2 years ago·1 min read
ପାଖାପାଖି ୫ ଦଶନ୍ଧୀର ପ୍ରତୀକ୍ଷାର ଅନ୍ତ, ଆଜି ଖୋଲିବ ରତ୍ନଭଣ୍ଡାର

ଭୁବନେଶ୍ୱର:  ପାଖାପାଖି ୫ ଦଶନ୍ଧୀର ପ୍ରତୀକ୍ଷାର ଅନ୍ତ । ଆଜି ଖୋଲିବ ରତ୍ନଭଣ୍ଡାର । ଗତକାଲି ଠାରୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଜି ବିଦ୍ଧିବଦ୍ଧ ଭାବରେ ଖୋଲିବ ରତ୍ନ ଭଣ୍ଡାର। ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ,ଜିଲ୍ଲାପାଳ, ଏସପିଙ୍କ ସମେତ ବୈଷୟିକ ଟିମ୍ ଶ୍ରୀମନ୍ଦିର ଯାଇ  ଅନୁଧ୍ୟାନ କରିଥିଲେ । ରତ୍ନ ର ସୁରକ୍ଷିତ ସ୍ଥାନାନ୍ତର ପାଇଁ ହୋଇଥିବା ଷ୍ଟ୍ରଙ୍ଗ ରୁମ୍ ର ଅନୁଧ୍ୟାନ କରିଥିଲେ। ତେବେ ଆଜି ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବ ।

ଭଣ୍ଡାର ରକ୍ଷକ ଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଆସିବା ସହ କ୍ଷେତ୍ର ଅଧିଷ୍ଠାତ୍ରୀ ବିମଳାଙ୍କ ପାଖରେ ଗୁଆଟେକା ହେବ । ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ସହ ରତ୍ନ ଭଣ୍ଡାର ଖୋଲିବାକୁ ଯିବ ଟିମ୍ । ଚୟନ ହୋଇଥିବା ପଣ୍ଡିତ ମାନେ ସମୟ ନିର୍ଘଣ୍ଟ କରିବେ ଏବଂ ପୁରା ବ୍ୟବସ୍ଥା ସହ ଟିମ୍ ଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ ଓ ପି ଅନୁଯାୟୀ ଖୋଲିବ ରତ୍ନ ଭଣ୍ଡାର। ଚାବି ନମିଳିଲେ ତାଲା ଭାଙ୍ଗିବା ପାଇଁ ସ୍ଵତନ୍ତ୍ର ଏସ୍ ଓ ପି ହୋଇଛି । ରତ୍ନକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ଏସ ଓ ପି ହୋଇଛି ଏବଂ ରତ୍ନ ଗଣତି ମଣତି ପାଇଁ ମଧ୍ୟ ହୋଇଛି ସ୍ବତନ୍ତ୍ର ଏସ ଓ ପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After nearly 5 decades of waiting, the gem opens today | Argus News