Videos
|
Odisha

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପରେ ଏବେ ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ

Ritu Das
Browse all articles by Ritu Das
·2 years ago·2 min read
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପରେ ଏବେ ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ

ଅର୍ଗସ ବ୍ୟୁରୋ: କଥା ଦେଇ କଥା ରଖିଲେ ବିଜେପି ସରକାର । ନୂଆ ସରକାର ଶପଥ ନେଉ ନେଉ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର । ଆଉ ଏହା ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରୁ ଦୂର ହୋଇଛି ଦୂରତା। ଛିଡ଼ି ଯାଇଛି 4 ବର୍ଷ ଧରି ଭକ୍ତଙ୍କ ଉପରେ ବନ୍ଧା ଯାଇଥିବା ଏହି କଟକଣାର ଶୃଙ୍ଖଳ । ବିଜେପି ସରକାରର ଏହି ବଡ଼ ନିଷ୍ପତ୍ତିକୁ ନେଇ ଉଲ୍ଲସିତ ଜଗନ୍ନାଥ ପ୍ରେମୀ । ଚାରିଦ୍ବାର ଖୋଲିବା ପରେ ଏବେ ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ। ଗତ ତିନି ଦିନ ଧରି ରଜ ସାଙ୍ଗକୁ ସପ୍ତାହାନ୍ତ ଛୁଟି କାରଣରୁ ପୁରୀ ପାଲଟିଛି ଜନସମୁଦ୍ର। ଶ୍ରୀଜୀଉଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। 

ପୁରୀରେ ବଢୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ବଡ଼ ଆହ୍ବାନ। ଏ ଦିଗରେ ଠୋସ୍ ପଦକ୍ଷେପ ନେଉଛନ୍ତି ଓଡ଼ିଶାର ବିଜେପି ସରକାର । ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଦିନକ ପରେ ପୁଣି ଏହା ଉପରେ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗକୁ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା। ପୁରୀରେ ବହୁଗୁଣିତ ହେବ ଭକ୍ତଙ୍କ ଭିଡ଼ । ପୁରୀ ସର୍କିଟ୍ ହାଉସରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଇନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। 

ଶ୍ରୀମନ୍ଦିର ପରିଚାଳନାକୁ ନେଇ ବିଜେଡି ସରକାରର ତ୍ରୁଟି ଯୋଗୁଁ ରହିଛି ଓଡ଼ିଆ ଲୋକଙ୍କ ପୁଞ୍ଜିଭୂତ କ୍ରୋଧ । 4 ବର୍ଷ ହେଲା ପ୍ରବଳ ଯାତନା ଭୋଗି ଆସୁଥିଲେ କାଳିଆ ଭକ୍ତ। ଅହଂକାରୀ ବିଜେଡି ସରକାର ବିରୋଧୀ ଓ ଜଗନ୍ନାଥ ପ୍ରେମୀଙ୍କର ସବୁ ହାରି ଗୁହାରୀକୁ ପଦାଘତ କରି ନିଜ ନିଷ୍ପତିରେ ଅଟଳ ରହିଥିଲେ । ତେବେ 24 ମହାଲଢେଇରେ ବଡ଼ ପ୍ରସଙ୍ଗ ହୋଇଥିଲା ଓଡ଼ିଆ ଅସ୍ମିତା। ଓଡ଼ିଆ ଅସ୍ମିତାର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। 4 ଦ୍ବାର ଖୋଲିବା, ଭିତର ରତ୍ନ ଭଣ୍ଡାରରର ଚାବି ହଜିବା ଆଦି ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଥିଲେ ବିଜେପି ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବ। ଓଡ଼ିଶାରେ ବିଜେପି ସରକାର ବନିଲେ 4 ଦ୍ବାର ଖୋଲାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ। 

ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଚାରିଦ୍ବାର ଖୋଲିବା ସହ ଶ୍ରୀମନ୍ଦିର ପରିଚାଳନା ପାଇଁ 500 କୋଟି ଟଙ୍କାର କର୍ପସ୍ ଫଣ୍ଡ ଗଠନ ଭଳି ବଡ଼ ନିଷ୍ପତ୍ତି ନିଆଯାଇଛି । ପୁଣି ରତ୍ନ ଭଣ୍ଡାର ଚାବି ହଜିବା ନେଇ ଗଠିତ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ପ୍ରତିଶ୍ରୁତି ପ୍ରତିଶ୍ରୁତି ବି ପୂରଣ ହେବ ବୋଲି ଆଶା କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

After opening the | Argus News