Videos
|
Odisha

ନକଲି ଶିକ୍ଷକଙ୍କ ପୋଲ ଖୋଲିବା ପରେ ଛୁଟି ନେଇ ଗାୟବ ଶିକ୍ଷକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନକଲି ଶିକ୍ଷକଙ୍କ ପୋଲ ଖୋଲିବା ପରେ ଛୁଟି ନେଇ ଗାୟବ ଶିକ୍ଷକ

ଅର୍ଗସ ବ୍ୟୁରୋ:  ନକଲି ଶିକ୍ଷକଙ୍କ ପୋଲ ଖୋଲିବା ପରେ କିଏ ଇସ୍ତଫା ଦେଉଛି ତ ଆଉ କିଏ ଛୁଟି ନେଇ ଗାୟବ । ଅର୍ଗସ ନକଲି ଶିକ୍ଷକଙ୍କ ପର୍ଦ୍ଦାପାସ କରିବା ପରେ ନକଲି ଶିକ୍ଷକ ଏଭେ ଅଣ୍ଡରଗ୍ରାଉଣ୍ଡ । ବରଗଡ଼ ବରପାଲି ବ୍ଲକ ପିପିଲିପାଲି ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ମିଲନ କୁମ୍ଭାର ଗତ 18 ତାରିଖରୁ ଛୁଟି ନେଇ ଛୁ । ନକଲି ସାର୍ଟିଫିକେଟ ଦେଇ କରିଥିଲେ ଚାକିରି ।  ସେହାପରୀ କାଇଁଶିର୍ ଆଶ୍ରମ ସ୍କୁଲର ଶିକ୍ଷକ ରୋହିତ କୁମାର ଭୁଏ ମଧ୍ୟ 18 ତାରିଖରୁ ଛୁଟି ନେଇ ସ୍କୁଲ ଆସୁନାହାଁନ୍ତି । ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ନକଲି ଶିକ୍ଷକଙ୍କୁ ଧରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକରେ ନିଯୁକ୍ତ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ଆରମ୍ଭ ହୋଇଛି ।  65 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିବା କହିଛନ୍ତି ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After opening the poles of fake teachers, the teacher will take leave | Argus News