Videos
|
Odisha

ବାପା-ମା' ଚାଲିଗଲା ପରେ ଆମେ ଦୁଇ ଭାଇ ଏବେ ଏକା...  

Manini Pattanayak
Browse all articles by Manini Pattanayak
·2 years ago·2 min read
ବାପା-ମା' ଚାଲିଗଲା ପରେ ଆମେ ଦୁଇ ଭାଇ ଏବେ ଏକା...  

କେନ୍ଦ୍ରାପଡା: ପରିବାରରେ ଆମେ ଥିଲୁ ୪ ଜଣ.. ଏବେ ଅଛୁ ଦୁଇ ଜଣ..  ବାପା  ତିନି ବର୍ଷ  ପୂର୍ବରୁ ଚାଲି ଯାଇଥିଲେ. ଏଇ 9  ଦିନ ହେଲା ମା ବି ଆମକୁ ଛାଡି ଚାଲିଗଲା.. ଏବେ ଆମେ ଦୁଇ ଭାଇ ।  ଏହି ଦୁଇ ଭାଇଙ୍କ ଦୁଃଖ କହିଲ ସରେ। ବାପାଙ୍କ ଗଲା ପରେ ଏବେ ଚାଲିଗଲେ ମା, ମା' ର ସୁଧିକ୍ରିୟା କିପରି କରିବୁ ? ସେଥିପାଇଁ   ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି ଏହି  ବାପା ମା ଛେଉଁଣ୍ଡ  ଦୁଇ ଭାଇ।  ଜିଲ୍ଲାପାଳ ଆର୍ଥିକ  ସହାୟତା କଲେ ଏହି ଦୁଇ ଭାଇ ତାଙ୍କ ମାଙ୍କର ସୁଧିକ୍ରିୟା କରିବେ।  ଏମାନଙ୍କ ଭବିଷ୍ୟତ ଚିନ୍ତା ତ ପରର କଥା।  କିନ୍ତୁ ବର୍ତ୍ତମାନ ଏମାନଙ୍କ ପାଖରେ ଟଙ୍କାଟିଏ ଅର୍ଥ ବି ନାହିଁ ନିଜ "ମା" ଙ୍କର ଶୁଦ୍ଧକ୍ରିୟା ପାଇଁ ।  ପାଠ ପଢିବାକୁ  ଇଛା କିନ୍ତୁ କିଏ ପଢାଇବ.. ?  ଏତେ ବଡ଼ ଦୁନିଆରେ କେମିତି ବଂଚିବେ ଦୁଇ ଅନାଥ ଭାଇ ଆଶିଷ ଏବଂ ଦେବାଶିଷ  ?  କିଏ ନେବ ତାଙ୍କ ଦାଇତ୍ୱ ? 

 କଥାରେ ଅଛି ଯାହାର  "ମା ନାହିଁ ତାହାର ସାହା ନାହିଁ । କିନ୍ତୁ ଯାହାର ଉଭୟ ମା ଓ ବାପା ନାହାନ୍ତି, ସେମାନେ ତ ଏ ଦୁନିଆରେ ଅନାଥ ।  ସେମାନଙ୍କୁ କେବଳ ଯାହା ଈଶ୍ୱର ହିଁ ଭରଷା ।  ବାପା ମା ଙ୍କୁ ହରାଇ ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି କେନ୍ଦ୍ରାପଡ଼ାର ଦୁଇ ଭାଇ ଆଶିଷ ଏବଂ ଦେବାଶିଷ ।  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କୁହୁଡି ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ତ୍ରିଲୋଚନ ସେଠୀ ଗତ ତିନିବର୍ଷ ପୁର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା। ସ୍ତ୍ରୀ ନମିତା ଓ ଦୁଇପୁଅ ଆଶିଷ , ଦେବାଶିଷ ଙ୍କୁ ନେଇ ନମିତାଙ୍କ ପରିବାର ବହୁ ଦୁଃଖ କଷ୍ଟରେ ଚାଲିଥିଲା। ବଡ ପୁଅ ଆଶିଷ ନବମ ଶ୍ରେଣୀରେ ପଢୁଥିବା ବେଳେ ସାନପୁଅ ଦେବାଶିଷ ଷଷ୍ଠ ଶ୍ରେଣୀରେ ପଢୁଛି । ବାପା ଆରପାରିକୁ ଚାଲିଯିବା ପରେ ଦୁଇ ପୁଅଙ୍କୁ କିପରି ଭଲ ମଣିଷ କରିବେ ଓ ବାଟ ଚାଲିବା ଶିଖାଉଥିବା ବୋଉ ନମିତା ଗତ  ୧୮ ତାରିଖ ଦିନ ବ୍ରେନ ଷ୍ଟ୍ରୋକ ରେ ଆରପାରିକୁ ଚାଲିଗଲେ।

ଏବେ ନମିତାଙ୍କ ଦୁଇ ଅନାଥ ପୁଅ ବାପା ମା ଛେଉଣ୍ଡ ହୋଇ ଯାଇଛନ୍ତି। ବୋଉ ର ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରୁ ସରପଞ୍ଚ ୩ ହଜାର ଟଙ୍କା ପ୍ରଦାନ କରିଥିଲେ ଯାହାକି ସବ ସତ୍କାର ରେ ସରିଗଲା।  ଏବେ ବୋଉର ଶୁଦ୍ଧକ୍ରିୟା କରିବା ପାଇଁ ଦୁଇ ଭାଇଙ୍କ ନିକଟରେ ଟଙ୍କାଟିଏ ବି ନାହିଁ ଶୁଦ୍ଧକ୍ରିୟା କିପରି କରିବେ ଚିନ୍ତାରେ ଦୁଇପୁଅ।  ଆଗାମୀ ଦିନରେ ଜିଲ୍ଲାପ୍ରଶାସନ ତଥା ସରକାର ଏହି ଦୁଇ ଭାଇଙ୍କ ପାଠପଢା ଦାଇତ୍ୱ ବହନ କଲେ, ଏହି ଦୁଇ ଭାଇ ସମାଜର ମୁଖ୍ୟ ସ୍ରୋତ୍ରରେ ସାମିଲ ହୋଇପାରନ୍ତେ ବୋଲି କହିଛନ୍ତି  ମହାକାଳପଡ଼ା ୟୁଥ ଗ୍ରୁପ ର ସଦସ୍ୟ ରମାକାନ୍ତ ନାୟକ । କେବଳ ଶୁଦ୍ଧକ୍ରିୟା ପାଇଁ ନୁହେଁ, ଏହି ଦୁଇ ଅନାଥ ଭାଇ ନିଜ  ଭବିଷ୍ୟତ  କେମିତି ଗଢିବେ ତାହା ଏବେ ଚିନ୍ତାର ବିଷୟ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ପଢନ୍ତୁ ଓଡିଶା ଖବର 
 

After our parents left, we two brothers are now alone.. | Argus News