Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଳୁ ପରେ ଏବେ କନ୍ଦାଇଲାଣି ପିଆଜ

Ritu Das
Browse all articles by Ritu Das
·1 year ago·1 min read
ଆଳୁ ପରେ ଏବେ କନ୍ଦାଇଲାଣି ପିଆଜ

ଅର୍ଗସ ବ୍ୟୁରୋ: ଆଳୁ ପରେ ଏବେ ପିଆଜ ଖାଉଟିଙ୍କ ପକେଟ ଉପରେ ପକାଇଛି ନଜର। ପାର୍ବଣ ପୂର୍ବରୁ ପିଆଜ ଦର ଆକାଶଛୁଆଁ। ସପ୍ତାହକ ଭିତରେ ପିଆଜ 10ରୁ 15 ଟଙ୍କା ବୃଦ୍ଧି ପାଇଛି। କିଲୋ ପ୍ରତି ଦର ଦୁଇ ଦିନ ତଳେ 40 ଟଙ୍କା ଥିବା ବେଳେ ଆଜି ଏହା 50 ଛୁଇଁଛି। ତେବେ ରୋଷେଇ ଘରର ଅତିଆବଶ୍ୟକ ସାମଗ୍ରୀ ଆଳୁ ପରେ ପିଆଜ ଦର ବୃଦ୍ଧି କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ। ସେପଟେ ଦର ବୃଦ୍ଧିରେ ନିୟନ୍ତ୍ରଣ ଆଣିବା ପାଇଁ ସରକାରଙ୍କୁ ଶୀତଳ ଭଣ୍ଡାର କରିବା ସହ ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇ ଦେବାକୁ ହେବ ବୋଲି କହିଛନ୍ତି ବ୍ୟବସାୟୀ। 

ଓଡ଼ିଶାକୁ ପିଆଜ ମୁଖ୍ୟତଃ ନାସିକ୍‌ରୁ କର୍ଣ୍ଣାଟକ ଆମଦାନୀ ହେଉଥିବା ବେଳେ ସେଠାରେ  ବର୍ଷା  ଯୋଗୁଁ ପିଆଜ ନଷ୍ଟ ହୋଇଯାଇଛି ତେଣୁ ସେଠରେ ପିଆଜ ରେଟ ଉଚ୍ଚା ରହୁଥିବାରୁ ଏଠି ଦର ବୃଦ୍ଧି ପାଇଛି। ନୂଆ ପିଆଜ ଖୋଳା ହେବା  ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି କହିଛନ୍ତି ଛତ୍ରବଜାର ପନିପରିବା ବ୍ୟବସାୟୀ ସଂଘ ସଂପାଦକ । ସେପଟେ ପଶ୍ଚିମବଙ୍ଗରୁ ଆଳୁ ଗାଡି ଆସିବା ପକ୍ରିୟା ସ୍ୱାଭାବିକ ହେବା ପରେ ଆଳୁ ଦର କମିଛି ଗତ କିଛି ଦିନ ତଳେ ଆଳୁ କିଲୋ  55 ଟଙ୍କାରୁ 60 ଟଙ୍କା ବିକ୍ରି ହେଉଥିବା ବେଳେ ଆଜି ଆଳୁ କିଲୋ 33 ଟଙ୍କାରେ  ବିକ୍ରି ହେଉଛି ତେବେ ଗଣେଶ ପୂଜା ବେଳକୁ ଆଳୁ ଓ ପିଆଜ ଦର ଆହୁରି କମିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ସଂଘ।

ଆଳୁ ପରେ ପିଆଜ ଦରରେ ନିଆଁ। ସପ୍ତାହେ ଭିତରେ ବଢିଲାଣି ୧୫ ଟଙ୍କା ଦାମ।  ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ବଢ଼ୁଛି ଅସନ୍ତୋଷ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
After potatoes, | Argus News