Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଭାଗୀରଥି

Odisha

ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଭାଗୀରଥି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଭାଗୀରଥି

କେଉଁଝର : ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀ। କୁଚକ୍ରୀଙ୍କ ଚକ୍ରାନ୍ତ ରେ ମୋ ଟିକେଟ କଟା ଯାଇଛି । ବିଜେଡି ରେ ଟିକେଟ ପାଇଁ ପଇସା କାରବାର ହେଉଛି । ଆଗରୁ ମୋତେ କୁହାଯାଇଥିଲା ଟିକେଟ ଦିଆଯିବ ବୋଲି, କିନ୍ତୁ ମୋ ଠାରୁ କମ୍ ଭୋଟ ବ୍ୟବଧାନରେ ଜିତିଥିବା  ଲୋକଙ୍କୁ ଟିକେଟ ମିଳିଛି । ପୁର୍ବରୁ ରଥଯାତ୍ରା ଦିନ ପାଣ୍ଡିଆନ ମୋତେ ଏବଂ ଆଉ ଦୁଇ ଜଣକୁ ଡାକି ତୁମର ଟିକେଟ ଫାଇନାଲ ଅଧିକ ବ୍ୟବଧାନରେ ଜିତିବା ପାଇଁ ଲାଗିପଡ଼ ବୋଲି କହିଥିଲେ ।

ଅଧିକ ପଢନ୍ତୁ : ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି

କିନ୍ତୁ ଶେଷ ମୁହୁର୍ତ୍ତ ରେ ଚକ୍ରାନ୍ତ କରି ମୋ ଟିକେଟ କୁ କାଟିଦେଲେ । ମୁଁ ଶୁଣିଛି  ଟିକେଟ ପାଇଁ ପଇସା କାରବାର ହେଉଛି, ମୁଁ କାହା ନାଆଁ ନେବିନି ମୋ ପାଖରେ ତ ପଇସା ନାହିଁ ମୁଁ ପଇସା ଦେଇକି କୋଉଠୁ ଟିକେଟ ଆଣିବି ବୋଲି ଭାଗିରଥି ସେଠୀ କହିଛନ୍ତି । ମୁଁ ଆଗକୁ କେଉଁ ଦଳକୁ ଯିବି ନିଷ୍ପତି ନେଇ ନାହିଁ , ମୋର ପୁତୁରା ଶାନ୍ତନୁ ସେଠୀ କୁ ଆଗକୁ ଆଣିବି ଏବଂ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଙ୍କୁ ହରାଇବା ମୋର ମୁଖ୍ୟ ଲକ୍ଷ୍ୟ ଅଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After resigning from BJD, Bhagirathi opened his mouth in a press conference | Argus News