ଦିଲ୍ଲୀରୁ ଫେରି ପରୋକ୍ଷରେ କ୍ଷୋଭ ଝାଡ଼ିଲେ ତାରା ପ୍ରସାଦ ବାହିନୀପତି
·1 year ago

ଅର୍ଗସ ବ୍ୟୁରୋ: ଦିଲ୍ଲୀରୁ ଫେରି ପରୋକ୍ଷରେ କ୍ଷୋଭ ଝାଡ଼ିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଲେ, ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ହେବା ପାଇଁ ଇଚ୍ଛୁକ ଥିଲି । କିନ୍ତୁ ହେଲି ନାହିଁ । ପିସିସି ସଭାପତି ଦୌଡ଼ରେ ମୁଁ ନାହିଁ । ହାଇକମାଣ୍ଡ ଯାହାକୁ ସଭାପତି କରିବେ ସେଥିରେ ମୁଁ ରାଜି । ବ୍ୟକ୍ତିଗତ କାମରେ ମୁଁ ଦିଲ୍ଲୀ ଯାଇଥିଲି । ପିସିସି ସଭାପତି ପାଇଁ କେବେ ଇଚ୍ଛୁକ ନଥିଲି । କାହାକୁ ଅନୁରୋଧ କରି ମୋର ସଭାପତି ହେବାର ନାହିଁ । କଂଗ୍ରେସରେ ବିଭିନ୍ନ ଗୋଷ୍ଠୀ ରହିଛି । ସେ କୌଣସି ଗୋଷ୍ଠୀରେ ନାହାନ୍ତି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: