Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ବର ବିମାନବନ୍ଦରର ହେବ ନବକଳେବର 

Odisha

ଭୁବନେଶ୍ବର ବିମାନବନ୍ଦରର ହେବ ନବକଳେବର 

Manini Pattanayak
Browse all articles by Manini Pattanayak
·1 year ago·1 min read
ଭୁବନେଶ୍ବର ବିମାନବନ୍ଦରର ହେବ ନବକଳେବର 

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରର ହେବ ନବକଳେବର । ଦୁଇ ବର୍ଷ ମଧ୍ୟରେ ନର୍ମାଣ ହେବ ନୂଆ ଟର୍ମିନାଲ ।  ଭୁବନେଶ୍ବର ବିମାନ ବନ୍ଦର ରିଭ୍ୟୁ କରିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଙ୍କ ପ୍ରତିକ୍ରିୟା। ଏବେ ଦେଶର ୨୦ ଟି ସହର ସହ ବିଦେଶ ର ୪ ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ଆଗକୁ ଯିବ।

ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଭିତରେ ଏହା କୁ ୮୦ ଲକ୍ଷ କରାଯିବ। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହା ବିଷୟରେ ମୋତେ ଅବଗତ କରାଇଥିଲେ । କେମିତି ଭୁବନେଶ୍ବର ବିମାନବନ୍ଦରକୁ ଆହୁରି ଡେଭ୍‌ଲପ କରିହେବ ସେନେଇ  ଆଲୋଚନା ହୋଇଥିଲା ।  ଏବେ ଏହି ଏୟାରପୋର୍ଟ ଦେଶରେ ୨୦ ସହର କୁ ସଂଯୋଗ କରୁଛି, ଆଗକୁ ଜମ୍ମୁ, ଗୁଜୁରାଟ, ଆନ୍ଧ୍ର, ଭଳି ଦେଶ ର ଅନ୍ୟସ୍ଥାନ କୁ ସଂଯୋଗ କରିବାକୁ ଡିମାଣ୍ଡ ଆସୁଛି। ଯାହାକୁ ନେଇ ମନ୍ତ୍ରାଳୟ ସହ କଥା ହୋଇ ପୂରଣ କରାଯିବ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
After reviewing the Bhubaneswar airport, Union Civil Aviation Minister K. Rammohan Naidu's response | Argus News