ରଥରେ ଚନ୍ଦନ ଜଳ ସିଞ୍ଚନ କରି ଗଜପତି କଲେ ଛେରାପହଁରା
·1 year ago

ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ମହାପ୍ରଭୁଙ୍କ ଛେରା ପହଁରା ନୀତି। ରଥରେ ଚନ୍ଦନ ଜଳ ସିଞ୍ଚନ କରନ୍ତି ଗଜପତି। ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି। ଆଳତୀ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ନେଲେ ଗଜପତି। ପ୍ରଥମେ ଛେରାପହଁରା ନୀତି ପରେ ଖୋଲା ହୁଏ ଚାର ମାଳ। ତାଳଧ୍ବଜ ରଥରେ ଚାଲିଛି ଛେରାପହଁରା ନୀତି। ଗଜପତି ହେଉଛନ୍ତି ଆଦ୍ୟ ସେବକ ବା ପ୍ରଧାନ ସେବକ।
ଏହାପରେ ମା' ସୁଭଦ୍ରାଙ୍କ ରଥରେ ଛେରାପହଁରା ହେବ। ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଛେରାପହଁରା କରାଯିବ। ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ କରନ୍ତି ଛେରାପହଁରା। ଏହି ଛେରାପହଁରା ନୀତି ସୂଚେଇ ଦିଏ ସମସ୍ତେ ସମାନ। କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା ଛେରାପହଁରା ନୀତି। କନକଦୁର୍ଗା, ବିଷ୍ଣୁ, ଶିବ, ସୂର୍ଯଙ୍କ ଉପାସନା କରନ୍ତି ଗଜପତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
