Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁଶାନ୍ତଙ୍କ ପରେ ଶାରଦାଙ୍କ ଅପରାଧୀଙ୍କ ସହ ଲିଙ୍କ ନେଇ ଚର୍ଚ୍ଚା

Odisha

ସୁଶାନ୍ତଙ୍କ ପରେ ଶାରଦାଙ୍କ ଅପରାଧୀଙ୍କ ସହ ଲିଙ୍କ ନେଇ ଚର୍ଚ୍ଚା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସୁଶାନ୍ତଙ୍କ ପରେ ଶାରଦାଙ୍କ ଅପରାଧୀଙ୍କ ସହ ଲିଙ୍କ ନେଇ ଚର୍ଚ୍ଚା
  • ଯୁବ ବିଜେଡିର ସୁନ୍ଦରଗଡ ସଂପାଦକ ଓ ତାଙ୍କୁ ଭାଇଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ
  • ଦୁଇ ହତ୍ୟା ଅଭିଯୁକ୍ତଙ୍କ ସହ ବିଜେଡିର ବଡନେତାଙ୍କ ନେତାଙ୍କ ଫଟୋ ଭାଇରାଲ
  • ବିଜେଡିରେ ପୋଷା ହେଉଛନ୍ତି କି ପେଷାଦାର ଅପରାଧି?


ଅର୍ଗସ ବ୍ୟୁରୋ:  ହତ୍ୟା ମାମଲାରେ ଗିରଫ ହେଲେ ବିଜେଡି ନେତା । ଛତିଶଗଡ଼  ପୋଲିସ ହେପାଜତାରେ ତଳସରା ବିଜେଡି ଉପସଭାପତି ଦୀଲ୍ଲିପ  ବାରିକ। ଦୀଲ୍ଲିପଙ୍କ ବଡ ଭାଇ ତଥା ଯୁବ ବିଜେଡିର  ଜିଲ୍ଲା ସଂପାଦକ ଜୟଦେବ ବାରିକଙ୍କୁ ପୂର୍ବରୁ ଗିରଫ କରିଛି ଛତିଶଗଡ ପୋଲିସ। ଚର୍ଚ୍ଚା ହେଉଛି ଶ୍ରମ ମନ୍ତ୍ରୀଙ୍କ ପାଖ ଲୋକ ହେଉଛନ୍ତି ଜୟଦେବ। ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଚେୟାର ମ୍ୟାନ ବିନୟ ଟପ୍ନୋ ଓ ଯୁବ ବିଜେଡିର ରାଜ୍ୟ  କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକଙ୍କ ସହ ଦୀଲ୍ଲୀପଙ୍କ ର ଫଟୋ ବି ଦେଖନ୍ତୁ। ଉଭୟ ଜୟଦେବ ଓ ଦୀଲ୍ଲୀପ ହେଉଛନ୍ତି ଆଗଧାଡିର ଯୁବ ବିଜେଡି ନେତା। ହେଲେ ସୁନ୍ଦରଗଡ ସୀମା ଛତିଶଗଡର ତତକେରାରେ ଜଣେ ଯୁବକକୁ ପଥରରେ ଛେଚି ହତ୍ୟା କରିବା ପରି ସଂଙ୍ଗୀନ ଅଭିଯୋଗ ରହିଛି ଦୁଇଭାଇଙ୍କ ନାଁରେ। ଯୁବ ବିଜେଡିର ସୁନ୍ଦରଗଡ ଜିଲ୍ଲାସଭାପତି ଦେବନ୍ଦ୍ର ମାଝିଙ୍କ ଭାଇ ସୁରେନ୍ଦ୍ର ମାଝିଙ୍କୁ ଏହି ହତ୍ୟାମାମଲାରେ ଖୋଜୁଛି ପୋଲିସ।

ଏବେ ପୁରା ଘଟଣା ଉପରେ ନଜର ପକାନ୍ତୁ,2023 ଏପ୍ରିଲ 24ରେ ସୁନ୍ଦରଗଡ ସୀମା ଛତିଶଗଡର ତତକେରା ଭୋଜି ଖାଇବାକୁ ଯାଇଥିଲେ ଜୟଦେବ ବାରିକ, ଦିଲ୍ଲୀପ ବାରିକ, ସୁରେନ୍ଦ୍ର ମାଝି ଓ ତାଙ୍କ ତିନି ସହଯୋଗୀ। ସାମାନ୍ୟ ବଚସାକୁ ନେଇ ସେଠାକର ସୁମନ୍ତ ପ୍ରଧାନଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ଜୟଦେବ ଓ ତାଙ୍କ 5 ସହଯୋଗୀ। ସେହି ଦିନରୁ 6 ଜଣଙ୍କୁ ଖୋଜୁଥିଲା ଛତିଶଗଡ ପୋଲିସ। ହେଲେ ବିଜେଡିର  ବଡନେତାଙ୍କ ଆର୍ଶିବାଦ ଯୋଗୁ ଏପର୍ଯ୍ୟନ୍ତ 6 ଜଣ ଅଭିଯୁକ୍ତ ଗିରଫ ହୋଇନାହାଁନ୍ତି। ଜୟଦେବଙ୍କୁ ପ୍ରଥମେ ଛତିଶଗଡ ପୋଲିସ  ଗିରଫ କରିଥିବା ବେଳେ ତାଙ୍କ ଭାଇ ଦୀଲ୍ଲୀପଙ୍କ ଗତ କାଲି ଗିରଫ କରିଛି ।

ଏପଟେ ଅମ୍ବାଭୋନା ଥାନ ଭଙ୍ଗାରୁଜା ଘଟଣାରେ ସୁଶାନ୍ତ ସିଂ ଓ ତାଙ୍କ ଅନୁଗତଙ୍କ ଉପରେ କାହଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରି ଘେରିଛି ବିଜେପି। ଥାନା ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତଙ୍କ ଫଟୋ ଦେଖାଇ ଲ ଲେସର ନାୟକ ସୁଶାନ୍ତଙ୍କୁ ନିଶାନା କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ମାତ୍ର 6 ଜଣଙ୍କୁ ଗିରଫ କରିଛି। ହେଲେ ଅଭିଯୁକ୍ତ ତାଲିକା ୧୦୨। ବାହୁବଳି ବିଧାୟକଙ୍କ ଚାପରେ ତଦନ୍ତ  ହେଲା କି ବାଟବଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
After Sushant, talk about Sarada nayak link with criminals | Argus News