Videos
|
Odisha

ଟଙ୍କଧରଙ୍କ ପରେ ନବୀନଙ୍କୁ ଘେରିଲେ ଅମର ଓ ଆଇନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଟଙ୍କଧରଙ୍କ ପରେ ନବୀନଙ୍କୁ ଘେରିଲେ ଅମର ଓ ଆଇନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ମୋହନ ସରକାରଙ୍କ ବଜେଟକୁ ନେଇ ନବୀନଙ୍କ କଟାକ୍ଷ ପରେ ବିଜେପିର ଯୋରଦାର କାଉଣ୍ଟର। ଆଇନ ମନ୍ତ୍ରୀ କହିଲେ, ବିରୋଧୀ ଦଳର ବସିବାର ଅଭ୍ୟାସ କରନ୍ତୁ । ବର୍ଷକ ଭିତରେ ବିଜେଡିକୁ ଭୁଲି ଯିବେ ଲୋକେ। ରାଜନୀତିରେ ଅହଙ୍କାରର ସ୍ଥାନ ନାହିଁ । ଯିଏ ଅହଙ୍କାର କରିଛି ସେ ଶେଷ ହୋଇଯାଇଛି । ଅତୀତରେ ବି ଅନେକ ନଜିର ରହିଛି । ଏ ହେଉଛି ସଂପୂର୍ଣ୍ଣ ରୂପେ ଏକ ଅସହିଷ୍ଣୁତାର ପ୍ରତିଫଳନ ।

ମୋହନ ସରକାରଙ୍କ ବଜେଟକୁ ନେଇ ନବୀନ କହିଥିଲେ ବଜେଟ ଗେମ୍ ଚେଞ୍ଜର ନୁହେଁ ନେମ୍ ଚେଞ୍ଜର। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପରେ ଅମର ନାୟକ ବି ନବୀନଙ୍କୁ କରିଛନ୍ତି କାଉଣ୍ଟର। କହିଛନ୍ତି କେନ୍ଦ୍ରୀୟ ଯୋଜନାରେ ନିଜ ମଲାଟ ଲଗାଇ
ନାଁ ନେଉଥିଲେ ନବୀନ ସରକାର।ବିଜେପି କହିଛି ନବୀନ ଥିଲେ ନାମଦାର ଆଉ ମୋହନ ସରକାର ହେଉଛନ୍ତି କାମଦାର। କେବଳ ଯୋଜନା ଘୋଷଣାରେ ସୀମିତ ଥିଲା ନବୀନ ସରକାର। ସେଥିପାଇଁ ମୋହନ ମାଝିଙ୍କ କାମ ଦେଖି ଅସହିଷ୍ଣ ବିରୋଧୀ ଦଳ ନେତା।

କେବଳ ବିଜେପି ନୁହେଁ ଜନତାଙ୍କ ମୁହରେ ବି ସମାନ କଥା। ୨୪ ବର୍ଷ ଶାସନ ପରେ ବି ସମସ୍ୟାରେ ଜର୍ଜରିତ ଓଡ଼ିଶା। ବାରମ୍ବାର ଗୁହାରୀ ପରେ ମଧ୍ୟ ବିଜେଡି ଶାସନରେ ନା ମିଳୁଥିଲା ପକ୍କାଘର ନାଁ ତିଆରି ହେଉଥିଲା ରାସ୍ତା। ଏବେ ମୋହନ ସରକାରଙ୍କ ଉପରେ ରାଜ୍ୟବାସୀଙ୍କର ବଡ଼ ଆଶା। ଆଇନମନ୍ତ୍ରୀ କହିଛନ୍ତି ବିରୋଧୀ ଦଳ ନେତାଙ୍କ ଆଚରଣ ଅଶୋଭନୀୟ । ବଜେଟକୁ ଜୁମଲା କହିବା, କେତେଦୂର ଯଥାର୍ଥ, ଏହା ନିଜ ବିବେକକୁ ପଚାରନ୍ତୁ । 24 ବର୍ଷ ଧରି କଣ କରୁଥିଲେ ନବୀନ ସ୍ପଷ୍ଟ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

After Tankadhar, Naveen was surrounded by Amar and the Law Minister | Argus News