Videos
|
Odisha

ବିକେଡିର ବିଧାନସଭା ପ୍ରାର୍ଥୀ ଟିକେଟ୍ ଘୋଷଣା ପରେ ଦଳରେ ତୀବ୍ର ଅସନ୍ତୋଷ

Smruti Parija
Browse all articles by Smruti Parija
·2 years ago·2 min read
ବିକେଡିର ବିଧାନସଭା ପ୍ରାର୍ଥୀ ଟିକେଟ୍ ଘୋଷଣା ପରେ ଦଳରେ ତୀବ୍ର ଅସନ୍ତୋଷ

ରାୟଗଡା: ବିକେଡିର ବିଧାନସଭା ପ୍ରାର୍ଥୀ ଟିକେଟ୍ ଘୋଷଣା ପରେ ଏବେ ଜିଲ୍ଲାରେ ବିଜେଡିର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି । ପୂର୍ବରୁ ଦଳୀୟ ନେତୃତ୍ୱକୁ ଜାହିର କରିବା ନିମନ୍ତେ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବାର ଦୁଇ ଗୋଷ୍ଠୀ ପରସ୍ପରର ଶକ୍ତି ପ୍ରଦର୍ଶନ କରି ଆସୁଥିଲେ । କିନ୍ତୁ ଗତକାଲିର ଟିକେଟ ଘୋଷଣା ପରେ ଦଳ ମଧ୍ୟରେ ଦେଖା ଦେଇଛି ତୀଵ୍ର ଅସନ୍ତୋଷ । ଗୋଟିଏ ଗୋଷ୍ଠୀ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଟିକେଟ ମିଳିଥିବାରୁ ଆନନ୍ଦ ଉଲ୍ଲାସ ମାନାଉଥିବା ସମୟରେ ,ଅନ୍ୟ ବିରୋଧୀ ଗୋଷ୍ଠି ଏବେ ଦଳ ଛାଡି ବିରୋଧକୁ ଓହ୍ଲାଇଛନ୍ତି । ତେବେ ଆଗାମୀ ନିର୍ବଚନରେ ଏହି ଦଳ ବିରୋଧୀ ସ୍ୱର ରାୟଗଡା ଜିଲ୍ଲାରେ ବିଜେଡିକୁ ହାର ଶିକାର କରିବାକୁ ପଡିବ ନାହିଁ ତ ? ଯାହାକୁ ନେଇ ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି । 

ଏହାର ଫାଇଦା ଉଠାଇବେ କି ବିଜେପି ଓ କଂଗ୍ରେସ ଦଳ । ଅନ୍ୟପକ୍ଷରେ ଆଜି ରାୟଗଡା ଜିଲ୍ଲା ବିଜେଡି ସଭାପତିଙ୍କ ଗୋଷ୍ଠୀର ବରିଷ୍ଠ ସଙ୍ଗଠକ କଣ୍ଡାବାବୁ ଏକ ସାମ୍ବାଦିକ ସମ୍ମଳନୀ ରଖି କହିଛନ୍ତି କି ଜିଲ୍ଲାରେ ଦୀର୍ଘ ବର୍ଷ ପରେ ଆଜି ରାଜ୍ୟ ସରକାର ଏକ ଆଦିବାସୀ ମହିଳାଙ୍କୁ ବିଧାୟକ ରୂପେ ବାଛି ଛନ୍ତି ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଜିଲ୍ଲାରେ ଏକମାତ୍ର ବ୍ୟକ୍ତି ଯିଏକି ଏହାକୁ ବିରୋଧ କରିଛନ୍ତି,ଏବଂ ତାଙ୍କରି ଇଙ୍ଗିତରେ କିଛି କାଉନସିଲର ଏବଂ ମହିଳା ନେତ୍ରୀ ଇସ୍ତଫା ଦେଇ ଦେଲେ ଦଳକୁ କିଛି ପ୍ରଭାବ ପଡ଼ିବ ନାହିଁ । 

ସେହିପରି ବିଜେଡି ରାଜ୍ୟ ଉପସଭାପତିଙ୍କ ଗୋଷ୍ଠିରୁ ଜିଲ୍ଲାର ବିଜେଡି ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି କି ଯଦି ଅନୁସୟା ମାଝୀଙ୍କୁ ଦଳୀୟ ବିଧାୟକ ପ୍ରାର୍ଥି ରୂପେ ଚୟନ କରାଗଲା ତାହା ପୂର୍ବରୁ ଜିଲ୍ଲାରେ ଥିବା ଅନ୍ୟ ନେତା ଓ ବରିଷ୍ଠ କର୍ମୀ ମାନଙ୍କ ସହିତ ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ ଅତୁନ ସବ୍ୟସାଚୀ  ଏନେଇ ଆଲୋଚନା କରିବାର ଥିଲା । କିନ୍ତୁ ତାହା କଲେନାହିଁ । କାରଣ ଜିଲ୍ଲାରେ ଅନେକ ପୁରୁଣା ନେତା ମନ୍ତ୍ରୀ ଅଛନ୍ତି ସେମାନେ ଦଳ ନିମନ୍ତେ ସେମାନଙ୍କର ପରିଶ୍ରମ ଦେଇଛନ୍ତି । କିନ୍ତୁ ତାହା ନକରି ଜଣେ ଅଣ ଆଦିବାସୀଙ୍କୁ ଆଦିବାସୀ କହି  ଟିକେଟ ଦେଇଛନ୍ତି । ସେ ଭାବୁଥିବେ ଟିକେଟ୍ ଦେଇ ଦେଲେ କ୍ୟାଣ୍ଡିଡେଟ୍ ଜିତିବେ ନାହିଁ, ସମସ୍ତଙ୍କ ସହଯୋଗ ଏଥିନିମନ୍ତେ ଆବଶ୍ୟକ । 

ତେଣୁ ଆଜି ଅଳ୍ପ କିଛି ନେତା ଓ କର୍ମୀ ଇସ୍ତଫା ଦେଇଛନ୍ତି । କିନ୍ତୁ ଅଳ୍ପ ଦିନ ମଧ୍ୟରେ ଜିଲ୍ଲାରୁ ଅନେକ ନେତା ଓ କର୍ମୀ ବିଜେଡିରୁ ଇସ୍ତଫା ଦେବେ । ଏବଂ ଆଗକୁ ଆମେ କେଉଁ ଦଳରେ ମିଶିବୁ କି ସ୍ୱାଧୀନ ପ୍ରାର୍ଥୀ ଦେବୁ ତାହା ଆମର ବୈଠକ ପରେ ଜଣାପଡିବା ନେଇ କହିଛନ୍ତି ପୁଆଲା । କାରଣ ଗଙ୍ଗାଧର ପୁଅଲା ମଧ୍ୟ ବିଜେଡିର ଦଳୀୟ ଟିକେଟ୍ ହାତେଇବା ନିମନ୍ତେ ଲବୀରେ ଥିଲେ । ବିଜେଡି ରାଜ୍ୟ ମହିଳା ଉପସଭାପତି ସୁଜାତା ପାଳ ମଧ୍ୟ ସମାନ ମନ୍ତବ୍ୟ ରଖିଛନ୍ତି । ହେଲେ ଆଗାମୀ ଦିନରେ ରାୟଗଡା ଜିଲ୍ଲା ବିଜେଡି ଗୋଷ୍ଠି କନ୍ଦଳ କି ରୂପ ନେବ ତାହା ସମୟ ହିଁ କହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...