Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଲାଣି ବିରୋଧ

Odisha

ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଲାଣି ବିରୋଧ

Manini Pattanayak
Browse all articles by Manini Pattanayak
·2 years ago·1 min read
ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଲାଣି ବିରୋଧ

କଟକ:  ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଲାଣି ବିରୋଧ। ବିଜେଡିର ଟାଣୁଆ ନେତାଙ୍କ ବିରୋଧରେ ଖୁଲମଖୁଲ୍ଲା ବିଦ୍ରୋହ କରୁଛନ୍ତି ଦଳୀୟ ନେତା। କଟକ ଚୌଦ୍ଵାର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଘୋଷଣା ପରେ ଦଳ ଭିତରୁ ବିଦ୍ରୋହୀଙ୍କ ବିରୋଧର ସ୍ଵର ଉଠିଛି । ସାମ୍ବାଦିକ ସମ୍ମିଳନୀ ଡାକି ପ୍ରାର୍ଥୀ ସୌଭିକ ବିଶ୍ଵାଳ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ବର୍ଷିଛନ୍ତି ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ।

କହିଛନ୍ତି, ବିଶ୍ବାଳ ବାପା-ପୁଅ ବିଜେଡିକୁ ଉଭୟ ଧୋକା ଦେଉଛନ୍ତି। ଯିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ନୁହେଁ ସେ ବିଜେଡିର କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି । ରୂପାଲୀ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ, ବିଜୟୀ ହେଲେ ବିଜେଡିରେ ଯୋଗ ଦେବେ ବୋଲି କହିଛନ୍ତି । ଏଥିସହ ନବୀନ, ପାଣ୍ଡିଆନ ଓ ପ୍ରଣବଙ୍କ ବିରୋଧରେ ପ୍ରଭାତ ବିଶ୍ଵାଳ ଓ ସୌଭିକ ବିଶ୍ଵାଳ ଆଲୋଚନା କରୁଥିବାର ଏକ ଅଡିଓ କ୍ଲିପ୍ ଜାରି କରିଛନ୍ତି ରୂପାଲୀ । ଏହି ଅଡିଓ ଆଲୋଚନା ସମ୍ପର୍କରେ ଅର୍ଗସକୁ ପ୍ରଭାତ ବିଶ୍ବାଳ କହିଛନ୍ତି ଏହା ନିଜ ପରିବାର ଭିତରର କଥା। ଅନ୍ୟପଟେ ରୂପାଲୀ ଆଣିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ପ୍ରଭାତ ବିଶ୍ଵାଳ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After the announcement of the candidate, the protest has intensified in BJD | Argus News