Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ

Odisha

ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ

Manini Pattanayak
Browse all articles by Manini Pattanayak
·1 year ago·1 min read
ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ

ବ୍ରହ୍ମପୁର:  ଘୁମୁସର ବନଖଣ୍ଡକୁ ପୁଣି ଫେରିଛି ମହାବଳ  ।  ବାଘ ଆସିବା ଖବର ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ କିଛିଦିନ ପରେ ପୁଣି ବାଘ ରିଟର୍ଣ୍ଣ ହୋଇଛି । ମହାରାଷ୍ଟ୍ର ଜଙ୍ଗଲରୁ ଚାଲିଆସିଥିବା ଏହି ମହାବଳ ଏବେ ଗଞ୍ଜାମରେ ଆତଙ୍କ ସୃଷ୍ଟି କରିଛି । କେନ୍ଦ୍ରୀୟ  ବନାଞ୍ଚଳ ଗାଙ୍ଗପୁର ବିଟ ଅଞ୍ଚଳରେ ଗତ ଚାରିଦିନ ହେଲା ବାଘ ଭୟ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ବାଘ ର ପାଦଚିହ୍ନ ଠାବ ହେବା ସହ ଗୋଟିଏ ମଇଁଷି କୁ ବାଘ ମାରିଖାଇ ଥିବା ଦେଖିବା ପରେ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହେବା ସହ ବାଘ କୁ କାବୁକରି ଅନ୍ୟସ୍ଥାନକୁ ପଠାଇବା ପାଇଁ ବନବିଭାଗ ମଧ୍ୟ ତାର କାମ ଆରମ୍ଭ କରିଦେଇଛି । 

ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବାଘକୁ ଆହାର ଦେଇ କାବୁ କରିବାକୁ ବିଭିନ୍ନ ସ୍ଥାନରେ ମଇଁଷି ଛୁଆ ବାନ୍ଧି ଉଦ୍ୟମ କରାଯାଉଛି ।  ଗାଙ୍ଗପୁର ବନାଞ୍ଚଳ ମାଳତୀ ପାହାଡ଼ ଅଞ୍ଚଳରେ ବାଘ ର ଗତିବିଧି ଲକ୍ଷ କରି ବନବିଭାଗ ଓ ଶିମିଳି ପାଳ ଆସିଥିବା ବାଘ ଧରାଳି ଟିମ ବାଘକୁ କାବୁ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚଳାଇଛନ୍ତି । ଗାଙ୍ଗପୁର, ବୋରି, ବଳିଆପାଟ ଭଳି ବିଭିନ୍ନ ଗ୍ରାମରେ ଗୋପାଳକ ମାନେ ନିଜ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ଆଡ଼କୁ ଚରାଇ ନେବାକୁ ବାରଣ କରାଯାଇଛି । ଶୁଣନ୍ତୁ ଜଣ କହୁଛନ୍ତି ଗୋପାଳ ମାନେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After the arrival of the tiger, there is a fear of residents of the area | Argus News