ଭଦ୍ରକ ଜିଲ୍ଲା ମହୋତ୍ସବ ସରିବା ପରେ ଜଗନ୍ନାଥଙ୍କ ପ୍ରତିମାକୁ ଫିଙ୍ଗି ଦିଆଗଲା

ଅର୍ଗସ ବ୍ୟୁରୋ: କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଙ୍କୁ ଅପମାନିତ କଲେ। କାର୍ଯ୍ୟ ସମାପ୍ତି ପରେ ଦାଣ୍ଡରେ ମହାପ୍ରଭୁଙ୍କୁ ପିଙ୍ଗିଦେବାର ଦୁଃସାହସ କଲେ। ଭଦ୍ରାୟଣୀ ମହୋତ୍ସବ ସରିବା ପରେ ତିନି ଦିନ ଖରା, ଶୀତ କାକରରେ ଶ୍ରୀଜଗନ୍ନାଥଙ୍କୁ ପକାଇରଖିଲେ। ଏ ଦୃଶ୍ୟ ସମ୍ନାକୁ ଆସିବା ପରେ ରାଜ୍ୟସାରା ସମାଲୋଚନା, ବିରୋଧ ଜାରି ରହିଛି। ମାତ୍ର ଭଦ୍ରକ ଜିଲ୍ଲା ପ୍ରଶାସନର କିଛି ଫରକ ପଡୁନି। ଏତେ ବଡ଼ ଅପରାଧର ଉତ୍ତରଦାୟିତ୍ବ ନେବାକୁ କେହିବି ସାମ୍ନଆସିଲେ ନାହିଁ କିମ୍ବା କାହା ବିରୋଧରେ ହେଲା ନାହି କାର୍ଯ୍ୟାନୁଷ୍ଠାନ। ଏବେ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ସବୁ ଦୋଷ ଟେଣ୍ଟ୍ ହାଉସ ଉପରେ ଲଦି ଖସିବାର ବାଟ ବାହର କରିଛି ଜିଲ୍ଲା ପ୍ରଶାସନ। ମୁନା ଟେଣ୍ଟ ହାଉସ କୁ ବ୍ଲାକ ଲିଷ୍ଟ କରିବା ସହ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ କରିବା ଉପରେ କଟକଣା ଜାରି କରାଯାଇଛି।
ଭଦ୍ରକରେ ବିଜେପି ପକ୍ଷରୁ ଏହାର ଜୋରଦାର ବିରୋଧ କରାଯାଇଛି। ଶୁକ୍ରବାର ବିଜେପି କର୍ମୀ ନେହୁରୁ ଷ୍ଟାଡିୟମ ଚାରିପଟେ ନାମ ସଂକ୍ରିର୍ତ୍ତନ ସହ ପରିକ୍ରମା କରିବା ପରେ ବିଶାଳ ରାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ପ୍ରଶାସନ କ୍ଷମାମାଗୁ ବୋଲି ଦାବି କରିଛି ବିଜେପି।
ସେପଟେ ଭଦ୍ରାୟଣୀ ଲୋକତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି।
ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଅର୍ପଣ ରଥ ବୁଲାଇବା ନାଁରେ ମହାପ୍ରଭୁଙ୍କୁ ଯେଭଳି ଅପମାନିତ କରାଗଲା ତାର ଦୃଶ୍ୟ ସାରା ଓଡ଼ିଶା ଦେଖିଥିଲା । କେଉଁଠି ଜଗନ୍ନାଥଙ୍କ ଫଟୋ ଉପରେ ବିଜେଡି କର୍ମୀ ଗୋଡ ରଖିଥିବା ଦେଖିବାକୁ ମିଳିଥିଲା । ଆଉ କେଉଁଠି ଜଗନ୍ନାଥଙ୍କ ମୁରୁଜ ଉପରେ ଗୋଡ଼ ରଖିଥିଲେ ବିଜେଡି କର୍ମୀ । ଆଉ କେଉଁଠି ଜୋତା ପିନ୍ଧି କରାଯାଉଥିଲା ଅରୁଆ ଚାଉଳ ସଂଗ୍ରହ । ଜଗନ୍ନାଥଙ୍କ ପ୍ରତି ଅସମ୍ମାନକୁ ନେଇ ସବୁଠି ଦେଖିବାକୁ ମିଳିଥିଲା ଲୋକଙ୍କ ଅସନ୍ତୋଷ । ସେହିପରି କାମିଆ ଜାନିଙ୍କୁ ଆଣି ଶ୍ରୀକ୍ଷେତ୍ରରେ ପାଣ୍ଡିଆନ ବାବୁ ଓଡ଼ିଆ ଭାବାବେଗକୁ ଯେଉଁଭଳି କ୍ଷତାକ୍ତ କଲେ, ତାର କ୍ଷତ ଏବେ ବି ରହିଛି । ତା ଉପରେ ପୁଣି ଏଭଳି ବହପ। ଏହାକୁ କ୍ଷମା କରିବେ ତ କୋଟି କୋଟି ଜଗନ୍ନାଥ ପ୍ରେମୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର