Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

Odisha

ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଅର୍ଗସ ବ୍ୟୁରୋ : ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥ ଦକ୍ଷିଣ ମୋଡ଼ କରାଯିବ। ରଥତ୍ରୟ ଗୁଣ୍ଡିଚାଘର ସିଂହଦ୍ବାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିବେ। ଏଥିପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ପ୍ରସ୍ତୁତି। ବଡ଼ଶଙ୍ଖ ନିକଟରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ବାଲି ପଡିଛି। ରଥ ଚାଳନାରେ ଏହା ସହଯୋଗ ହେବ। ଆଜି ସକାଳଧୂପ ପରେ ଠାକୁରଙ୍କ ନିକଟରୁ ଆଜ୍ଞାମାଳ ରଥକୁ ବିଜେ ହେବାପରେ ରଥଟଣା ଆରମ୍ଭ ହେବ। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ବଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ବାର ସମ୍ମୁଖରେ ପହଞ୍ଚିବ। ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏଣୁ ଦକ୍ଷିଣିମୋଡ଼ରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବାକୁ ପ୍ରସ୍ତୁତ ରହିବ।

ଅଧିକ ପଢନ୍ତୁ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ

ଗତକାଲି ରାତିରେ ପବିତ୍ର ହେରାପଞ୍ଚମୀ ତିଥିରେ ମା ମହାଲଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦେଶରେ ବାହୁଡା ଯାତ୍ରାପାଇଁ ତିନି ରଥର ଦକ୍ଷିଣମୋଡ କରାଯାଇଥାଏ। ସେଥିପାଇଁ ରଥର ମୁଖ୍ୟ ମହାରଣା, ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି, ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ, ପୂର୍ତ୍ତ ବିଭାଗର ଯନ୍ତ୍ରୀ ମିଳିତ ଭାବେ ତିନ ରଥର ଯାଞ୍ଚ କରିଥିଲେ। ଆବଶ୍ୟକ ଛୋଟ ମୋଟ ମରାମତି ମଧ୍ୟ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
After the completion of the Herapachami Nitti, the preparations for the Bahuda Yatra began | Argus News