Videos
|
Odisha

କାଶ୍ବୀର ରେ କ୍ରାଇମ ପରେ ଯାଜପୁର ରେ କରିଥିଲା ହଲ୍ଟିଙ୍ଗ 

Manini Pattanayak
Browse all articles by Manini Pattanayak
·2 years ago·2 min read
କାଶ୍ବୀର ରେ କ୍ରାଇମ ପରେ ଯାଜପୁର ରେ କରିଥିଲା ହଲ୍ଟିଙ୍ଗ 

ଭୁବନେଶ୍ୱର:  ଓଡ଼ିଶାରେ କାଶ୍ମୀର ଆତଙ୍କବାଦୀ। ଘର ଜାମ୍ମୁ କାଶ୍ମୀର କୁପଓ୍ବାରାର ହଣ୍ଡଓ୍ବାରା। କିନ୍ତୁ ରହିବା ସ୍ଥାନ ଯାଜପୁର। ବିବାହ କରି ସ୍ତ୍ରୀ ପିଲା ସହ ଯାଜପୁର ଧର୍ମଶାଳାରେ ରହୁଥିବା ସୟଦ ଈଶାନ ବୁଖାରୀ STF ହାତରେ ଗିରଫ ହେବା ପରେ ସାମ୍ନାକୁ ଆସିଛି  ରୋଚକ ତଥ୍ୟ। 2018ରେ ସେ କାଶ୍ମୀର ଘାଟିରେ ଅପରାଧ କରିବା ପରେ ଓଡ଼଼ିଶାରେ ଆତ୍ମଗୋପନ କରିଥିଲା। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ସେ 6-7 ଜଣ ମହିଳାଙ୍କୁ ବିବାହ କରିଛି। ତା ପାଖରୁ ଫେକ୍ ଆଇକାର୍ଡ ସହ 100ରୁ ଅଧିକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବାବେଳେ ତା ସହ ଆଇଏସ୍ଆଇ ଓ ସିମି ଆତଙ୍କବାଦୀ ଯୋଗାଯୋଗରେ ଥିବା ସୂଚନା ମିଳିଛି।

ନା - ସୟଦ ଈଶାନ ବୁଖାରୀ । ଘର ଜାମ୍ମୁ କାଶ୍ମୀର କୁପଓ୍ବାରା ର ହଣ୍ଡଓ୍ବାରା । ଷ୍ଟେଥୋ ସ୍କୋପ ଓ ଧଳା ବ୍ଲେଜର ସହ ଥିବା ଏହି ବ୍ୟକ୍ତି ଜଣକ କୌଣସି ଡାକ୍ତର ନୁହଁନ୍ତି ବରଂ ଆତଙ୍କବାଦୀ। ଯାଜପୁର ଧର୍ମଶାଳା ନେଉଳପୁରରୁ ଏହି ସନ୍ଦିଗ୍ଧ ଆତଙ୍କୀ ଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।  ଠକେଇ ଓ ଦେଶବିରୋଧୀ ତତ୍ତ୍ଵ ସହ ସମ୍ପୃକ୍ତି ଅଭିଯୋଗରେ ଇଶାନ କୁ ଗିରଫ ପରେ ଆଜି ଯାଜପୁର କୋର୍ଟ ରେ ହାଜର କାରାଯାଇଛି ।  ଏକାଧିକ ଫେକ୍ ଆଇକାର୍ଡ, ATM କାର୍ଡ ,ଭିଜିଟିଂ କାର୍ଡ, ଆଧାରକାର୍ଡ ଓ ଚେକ୍ ବୁକ୍ ଭଳି 100ରୁ ଅଧିକ ଡକ୍ୟୁମେଣ୍ଟ ଅଭିଯୁକ୍ତ ପାଖରୁ ଜବତ କରାଯାଇଛି ।  

କାଶ୍ମୀର ଓ ପଞ୍ଜାବ ରେ ରହିଛି ଇଶାନ ନାମରେ ଏକାଧିକ ମାମଲା । ଠକେଇ ଅଭିଯୋଗରେ କାଶ୍ମୀର ପୋଲିସ ଏନ ବି ଡବ୍ଲୁ ଜାରି କରିବା ପରେ ୨୦୧୮ ରୁ ଯାଜପୁର ରେ ଆତ୍ମଗୋପନ କରିଥିଲା । ଏ ହେଉଛି ସେହି ଘର ଯେଉଁଠି ଇଶାନ ନିଜର ସ୍ତ୍ରୀ ଓ ୫ ବର୍ଷ ର ଝିଅକୁ ନେଇ ରହୁଥିଲା। ନିଜକୁ ଜଣେ ସେନା ଡାକ୍ତର , ସ୍ନାୟୁରୋଗ ବିଶେଷଜ୍ଞ , PMOର ଅଫିସର ଓ NIA ଅଧିକାରୀ ଭଳି ବିଭିନ୍ନ ପରିଚୟ ଦେଉଥିବା ଇଶାନ ଉପରେ କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ସନ୍ଦେହ ଥିଲା ।  ଯେଉଁଥିପାଇଁ ଧର୍ମଶାଳା ଥାନା ରେ ପୂର୍ବରୁ ଏକ ମାମଲା ବି ଦିଆଯାଇଥିଲା ।  ଭେଲୋର, ଆମେରିକା ଓ କାନାଡ଼ା ର ଜାଲ୍ ଡାକ୍ତରୀ ଡିଗ୍ରୀ ସାର୍ଟିଫିକେଟ୍ କୁ ମଧ୍ୟ ଅଭିଯୁକ୍ତ ପାଖରୁ ଜବତ କରିଛି ଏସଟିଫ ।

ବଡକଥା ହେଉଛି  ଅଭିଯୁକ୍ତର ସିମି ଆତଙ୍କବାଦୀ ଓ ପାକିସ୍ଥାନ ର କିଛି ଆଇଏସଆଇ ଏଜେଣ୍ଟ ସହ ସମ୍ପର୍କରେ ଥିବା ଜାଣି ପାରିଛି ତଦନ୍ତକାରୀ ସଂସ୍ଥା । ଅଧିକ ତଦନ୍ତ ପାଇଁ ପଞାବ ଓ ଜାମ୍ମୁକାଶୀର ପୋଲିସ ସହାୟତା ନିଆଯାଇଥିବା ବେଳେ ଏନଆଇଏ ଓ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ କୁ ମଧ୍ୟ ଅବଗତ କରାଯାଇଛି ।  ଅନ୍ତର୍ଜାତୀୟ ସ୍ତରର ଡାକ୍ତରୀ ଡିଗ୍ରୀ ହାସଲ୍କାରୀ ଡାକ୍ତର କହି କାଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର , ଓଡ଼ିଶା ଭଳି ରାଜ୍ୟ ର 6ରୁ 7 ଜଣଙ୍କୁ ବିବାହ କରିଛି ସନ୍ଦିଗ୍ଧ । ବିବାହ ପରେ ବି ଗୋଟିଏ ସ୍ଥାନ ରେ ସ୍ଥିର ହୋଇ ନ ରହି ବାରମ୍ବାର ଜାଗା ବଦଳାଉଥିଲା । ଏବେ ପ୍ରଶ୍ନ କାହିଁକି ଓଡିଶା ରେ ଲୁଚିଥିଲା ଇଶାନ ? ଓଡିଶା ରୁ କି ତଥ୍ୟ ଦିଆଯାଇଛି ସିମି ଆତଙ୍କୀ ଓ ପାକିସ୍ଥାନୀ ଏଜେଣ୍ଟ କୁ ? ରିମାଣ୍ଡ ରେ ଆଣି ଜେରା କରି ଏଭଳି କିଛି ପ୍ରଶ୍ନ ରୁ ଉତ୍ତର ଖୋଜିବ ଏସଟିଏଫ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର