Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟୁରିଷ୍ଟ ବସ୍ ଧକ୍କାରେ  ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·2 years ago
ଟୁରିଷ୍ଟ ବସ୍ ଧକ୍କାରେ  ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁରରେ ବସ୍ ଚକା ତଳେ ନାବାଳକ ପୁଅର ଜୀବନ ଯିବା ପରେ ଦେଖିବାକୁ ମିଳିଛି ତୀବ୍ର ଉତ୍ତେଜନା। ଉତ୍ୟକ୍ତ ଲୋକଙ୍କ ହୋହଲ୍ଲା ହଙ୍ଗାମା ପରେ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା । ଗୋଡ଼ାଇ ଗୋଡ଼ାଇ ଆନ୍ଦୋଳନରତ ଲୋକଙ୍କୁ ପିଟିଲା ପୋଲିସ। ଟୁରିଷ୍ଟ ବସ୍ ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ପରେ ଗତକାଲି ଅଶାନ୍ତ ହୋଇଉଠିଥିଲା ସମ୍ବଲପୁର ସହର ।

ବସ୍ ଡ୍ରାଇଭର ଗିରଫ ଦାବିରେ ଟାଉନ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା।  ବସଟି ସମଲେଶ୍ବରୀ ମନ୍ଦିର ଅଭିମୁଖେ ଦର୍ଶନ ପାଇ ଯିବା ବେଳେ ମୁଦିପଡା ନିକଟସ୍ଥ ଫେଜର କ୍ଲବ ସମ୍ମୁଖରେ ସ୍କୁଟିକୁ ଧକ୍କା ଦେଇଥିଲା । ସେପଟେ ସମ୍ବଲପୁରର ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ୍ସ ମାଧ୍ୟମରେ ପୋଷ୍ଟ କରି ପରିବାରକୁ ଜଣାଇଥିଲେ ସମବେଦନା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After the death of a minor boy under the wheel of a bus in Sambalpur, intense tension has been seen. The police were forced to lathi-charge after the riots. | Argus News