Videos
|
Odisha

ଡାଇରିଆରେ ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି ସ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଡାଇରିଆରେ ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି ସ୍ତ୍ରୀ

ବଲାଙ୍ଗୀର: ଡାଇରିଆରେ ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି ସ୍ତ୍ରୀ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମାଳିବାହାଲ ଗାଁ ର ସନ୍ତୋଷ ମାଝୀ ଡାଇରିଆରେ ଆକ୍ରାନ୍ତ ହୋଇ ସୋମବାର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ସରୋଜିନୀ ମାଝୀ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି । 

କଣ୍ଟାବାଞ୍ଜି ସ୍ଵାସ୍ଥ୍ୟକେନ୍ଦ୍ରରେ ଡାଇରିଆ ରୋଗୀଙ୍କ ସ୍ୱତନ୍ତ୍ର ବେଡ଼ର ବ୍ୟବସ୍ଥା ନ ଥିବା ଯୋଗୁଁ ଅନ୍ୟ ରୋଗୀ ମାନେ ଭୟ କରୁଛନ୍ତି । କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ ସହ ସିଡିଏମଓ, ବିଭିନ୍ନ ବିଭାଗର ଅଧିକାରୀମାନେ ତଦନ୍ତ କରିବା ସହ ଲୋକଙ୍କୁ ସଚେତନତା କରୁଛନ୍ତି ।  

ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଡାଇରିଆରେ ମୃତ୍ୟୁ ଖବରକୁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଚପାଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଏବେବି ଅନେକ ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: