Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାପାର ମୃତ୍ୟୁ ପରେ ଝିଅକୁ ବନ୍ଧକ ରଖି ଟଙ୍କା ମାଗୁଛି ଇଟା ଭାଟି ମାଲିକ

Odisha

ବାପାର ମୃତ୍ୟୁ ପରେ ଝିଅକୁ ବନ୍ଧକ ରଖି ଟଙ୍କା ମାଗୁଛି ଇଟା ଭାଟି ମାଲିକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବାପାର ମୃତ୍ୟୁ ପରେ ଝିଅକୁ ବନ୍ଧକ ରଖି ଟଙ୍କା ମାଗୁଛି ଇଟା ଭାଟି ମାଲିକ

ଅର୍ଗସ ବ୍ୟୁରୋ:  ଅସହ୍ୟ ହେଲା ନିର୍ଯାତନା । ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ । ବାପର ମୃତ୍ୟୁ ପରେ ଝିଅକୁ ବନ୍ଧକ ରଖି ଟଙ୍କା ମାଗୁଛି ଇଟା ଭାଟି ମାଲିକ । ୫୦ ହଜାର ଟଙ୍କା ଦେବା ପରେ ବି ଛାଡୁ ନଥିବା ଅଭିଯୋଗ । ଝିଅକୁ ଉଦ୍ଧାର ସହ ଦାଦନ ସର୍ଦ୍ଦାରକୁ ଗିରଫ ଓ ପରିବାରକୁ କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ରାଜ୍ୟ ସରକାର ତୁରନ୍ତ ଦାବି ନ ମାନିଲେ ବେଲପଡ଼ା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଲା କୋଶଳ ମୁକ୍ତି ମୋର୍ଚ୍ଚା ।

ବଲାଙ୍ଗିର ବେଲପଡ଼ ବ୍ଲକ ସୁଲେକେଲାରୁ ଆସିଲା ଦାଦନ ଯନ୍ତ୍ରଣାର କରୁଣ କାହାଣୀ । ଅଭାବ ଦୂର କରିବାକୁ ପରିବାର ସହ ତେଲେଙ୍ଗାନାକୁ ଦାଦନ ଖଟି ଯାଇଥିଲେ କାହ୍ନୁ ମଲ୍ଲିକ । ଇଟା ଭାଟିରେ କାମ କରୁଥିବା ବେଳେ ମାଲିକ ନିର୍ଯାତନା ଦେଉଥିଲା । ଦେହ ଅସୁସ୍ଥ ହେବା ପରେ ମଧ୍ୟ ଭାଟିରେ କାମ କରିବାକୁ ବାଧ୍ୟ କରାଯାଉଥିଲା । ଗୁରୁତର ହେବା ପରେ ଭାଟି ମାଲିକ ତାଙ୍କୁ ଘରକୁ ପଠାଇ ଦେଇଥିଲା । ଆଉ ଘରେ ପହଞ୍ଚିବା ପରେ କାହ୍ନୁଙ୍କର ମୃତ୍ୟୁ ହୋଇଛି । ଏବେ ତାଙ୍କ ଝିଅକୁ ବନ୍ଧକ ରଖି ପରିବାର ଲୋକଙ୍କୁ ଟଙ୍କା ମାଗୁଛି ଇଟା ଭାଟି ମାଲିକ ।

ଏଠି ପ୍ରଶ୍ନ ଉଠୁଛି,  ମାଳ ମାଳ ସରକାରୀ ଯୋଜନା ସତ୍ବେ କାହିଁକି ବାହାର ରାଜ୍ୟକୁ ଯାଉଛନ୍ତି ଓଡ଼ିଆ ? କେବେ ନିଜ ଅଞ୍ଚଳରେ କାମ ପାଇବ ଓଡ଼ିଆ ଶ୍ରମିକ ?  24 ବର୍ଷର ବିଜେଡି ସରକାରରେ ଏହା ବିଫଳତା ନୁହଁ କି ?  ଆଉ କେତେ ଓଡ଼ିଆଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ପରେ ଖୋଲିବ ରାଜ୍ୟ ସରକାରଙ୍କ ଆଖି ? ଏହା 24 ବର୍ଷର ବିଜେଡି ସରକାରର ପୁରୁଷାର୍ଥ ଉପରେ ଉଠାଇଛି ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
After the death of the father, the owner of the brick kiln asks for money by holding the daughter as a hostage | Argus News