Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନାବାଳିକା ଝିଅର ଭଲ ପାଇବା ହେଲା କାଳ  !

Odisha

ନାବାଳିକା ଝିଅର ଭଲ ପାଇବା ହେଲା କାଳ  !

Manini Pattanayak
Browse all articles by Manini Pattanayak
·2 years ago·1 min read
ନାବାଳିକା ଝିଅର ଭଲ ପାଇବା ହେଲା କାଳ  !

ନୟାଗଡ:  ପଢ଼ୁଥିବା ନାବାଳିକା ଝିଅର ଭଲ ପାଇବା ହେଲା କାଳ ! ମୃତ୍ୟୁ ପରେ ଶବକୁ ପୋତିଲା ବାପା l ବାପା ଏବଂ ପରିବାର ଲୋକେ ଶବ ପୋତିବା ଘଟଣା ହତ୍ୟା ବୋଲି ଅନୁମାନ କରୁଛି ପୋଲିସ l ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନୟାଗଡ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗ୍ରାମରେ l ଝିଅର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବାପା ବିପ୍ର ନାୟକଙ୍କ ସମେତ ପରିବାର ଲୋକେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶବକୁ ପୋତିଥିଲେ l ନୂଆଗାଁ ଅଞ୍ଚଳରୁ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଂଚଳରେ ପୋତି ଦେଇଥିଲେ ବାପାଙ୍କ ସହ ଏକାଧିକ ସମ୍ପର୍କୀୟ l

ଝିଅକୁ ହତ୍ୟା କରି ପ୍ରମାଣ ନଷ୍ଟ ଉଦ୍ଦେଶ୍ୟ ଶବକୁ ପୋତାଯାଇଥିବା ଅନୁମାନ କରୁଛି ପୋଲିସ l ଏପଟେ ଝିଅକୁ ଦେଖିବାକୁ ନ ପାଇ ସାହି ପଡ଼ିଶାରେ ଝିଅ କୁଆଡ଼େ ଗଲା ବୋଲି ଆଲୋଚନା ପରେ ଘଟଣା ସାମନାକୁ ଆସିଥିଲା l ପରେ ଘଟଣା ପୋଲିସ ପାଖରେ ପହଂଚିବାରୁ ତତ୍ପର ପ୍ରକାଶ କରିଥିଲା ନୁଆଗାଁ ଥାନା ପୋଲିସ l ନୟାଗଡ଼ ଏସଡ଼ିପିଓ ତତ୍ୱାବଧାନତାରେ ଦଶପଲ୍ଲା ଓ ନୁଆଗାଁ ପୋଲିସ ଫିରିଙ୍ଗିଆରେ ପହଂଚି ତନାଘନା କରି ଶବ ପୋତାଯାଇଥିବା ସ୍ଥାନ ଖୋଜି ପାଇବା ପରେ ଶବକୁ ଜବତ କରି ଫୁଲବାଣୀ ମେଡ଼ିକାଲ ଆଣି ଶବ ବ୍ୟବଛେଦ କରିଛି l ଏହା ସହ 3 ଜଣକୁ ଅଟକ ରଖି ପଚାରା ଉଚାର କରୁଛି l ତେବେ କେଉଁ ପରିସ୍ଥିତିରେ ଝିଅର ଶବକୁ ନୂଆଗାଁ ଅଞ୍ଚଳରୁ ଫିରିଙ୍ଗିଆ ନିଆଯାଇଥିଲା ଏ ନେଇ ଅଧିକା ତଦନ୍ତ କରୁଛି ନୂଆଗାଁ ପୋଲିସ l ତେବେ ଝିଅକୁ ହତ୍ୟା ପରେ ହିଁ ପ୍ରମାଣ ନଷ୍ଟ କରିବା ପାଇଁ ଶବ ପୋତାଯାଇଥିବା ଅନୁମାନ କରୁଛି ପୋଲିସ l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
After the death, the father buried the daughter body | Argus News