Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ନାବାଳିକା ଝିଅର ଭଲ ପାଇବା ହେଲା କାଳ  !

ନାବାଳିକା ଝିଅର ଭଲ ପାଇବା ହେଲା କାଳ  !

By: Manini Pattanayak

Odisha| Sat, Nov 11 | 9:17 am

ନାବାଳିକା ଝିଅର ଭଲ ପାଇବା ହେଲା କାଳ  !

ନୟାଗଡ:  ପଢ଼ୁଥିବା ନାବାଳିକା ଝିଅର ଭଲ ପାଇବା ହେଲା କାଳ ! ମୃତ୍ୟୁ ପରେ ଶବକୁ ପୋତିଲା ବାପା l ବାପା ଏବଂ ପରିବାର ଲୋକେ ଶବ ପୋତିବା ଘଟଣା ହତ୍ୟା ବୋଲି ଅନୁମାନ କରୁଛି ପୋଲିସ l ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନୟାଗଡ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗ୍ରାମରେ l ଝିଅର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବାପା ବିପ୍ର ନାୟକଙ୍କ ସମେତ ପରିବାର ଲୋକେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶବକୁ ପୋତିଥିଲେ l ନୂଆଗାଁ ଅଞ୍ଚଳରୁ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଂଚଳରେ ପୋତି ଦେଇଥିଲେ ବାପାଙ୍କ ସହ ଏକାଧିକ ସମ୍ପର୍କୀୟ l

ଝିଅକୁ ହତ୍ୟା କରି ପ୍ରମାଣ ନଷ୍ଟ ଉଦ୍ଦେଶ୍ୟ ଶବକୁ ପୋତାଯାଇଥିବା ଅନୁମାନ କରୁଛି ପୋଲିସ l ଏପଟେ ଝିଅକୁ ଦେଖିବାକୁ ନ ପାଇ ସାହି ପଡ଼ିଶାରେ ଝିଅ କୁଆଡ଼େ ଗଲା ବୋଲି ଆଲୋଚନା ପରେ ଘଟଣା ସାମନାକୁ ଆସିଥିଲା l ପରେ ଘଟଣା ପୋଲିସ ପାଖରେ ପହଂଚିବାରୁ ତତ୍ପର ପ୍ରକାଶ କରିଥିଲା ନୁଆଗାଁ ଥାନା ପୋଲିସ l ନୟାଗଡ଼ ଏସଡ଼ିପିଓ ତତ୍ୱାବଧାନତାରେ ଦଶପଲ୍ଲା ଓ ନୁଆଗାଁ ପୋଲିସ ଫିରିଙ୍ଗିଆରେ ପହଂଚି ତନାଘନା କରି ଶବ ପୋତାଯାଇଥିବା ସ୍ଥାନ ଖୋଜି ପାଇବା ପରେ ଶବକୁ ଜବତ କରି ଫୁଲବାଣୀ ମେଡ଼ିକାଲ ଆଣି ଶବ ବ୍ୟବଛେଦ କରିଛି l ଏହା ସହ 3 ଜଣକୁ ଅଟକ ରଖି ପଚାରା ଉଚାର କରୁଛି l ତେବେ କେଉଁ ପରିସ୍ଥିତିରେ ଝିଅର ଶବକୁ ନୂଆଗାଁ ଅଞ୍ଚଳରୁ ଫିରିଙ୍ଗିଆ ନିଆଯାଇଥିଲା ଏ ନେଇ ଅଧିକା ତଦନ୍ତ କରୁଛି ନୂଆଗାଁ ପୋଲିସ l ତେବେ ଝିଅକୁ ହତ୍ୟା ପରେ ହିଁ ପ୍ରମାଣ ନଷ୍ଟ କରିବା ପାଇଁ ଶବ ପୋତାଯାଇଥିବା ଅନୁମାନ କରୁଛି ପୋଲିସ l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored By!

Related Articles :