ପରାଜୟ ପରେ ବିଜେଡି ନେତା ଭୈରବ ପାଣ୍ଡିଆନଙ୍କ ଉପରେ ଖଡ୍ଗହସ୍ତ

ଅର୍ଗସ ବ୍ୟୁରୋ: ପାଣ୍ଡିଆନ ଙ୍କୁ ନେଇ ବିଜେଡ଼ିରେ ବିଦ୍ରୋହ । ପରାଜୟ ପରେ ବିଜେଡି ନେତା ଭୈରବ ପାଣ୍ଡିଆନ ଙ୍କ ଉପରେ ଖଡ୍ଗହସ୍ତ । ଦଳର ଏଭଳି ସ୍ଥିତି ପାଇଁ ସିଧାସଳଖ ପାଣ୍ଡିଆନ ଙ୍କୁ ଦାୟୀ କଲେଣି ଅନେକ ବିଜେଡି ନେତା । ଗୁରୁବାର ପରାଜିତ ନେତା ଙ୍କୁ ନେଇ ନବୀନଙ୍କ ବୈଠକ ପରେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା । ଦଳର ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ରଖିଛନ୍ତି ବିସ୍ଫୋରକ ବୟାନ । ନବୀନ ନିବାସରୁ ବାହାରିବା ପରେ ପ୍ରଫୁଲ୍ଲ କହିଛନ୍ତି ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ପଣ୍ଡିଆନଙ୍କୁ ଭରସା କରୁଥିଲେ, ଏବେ ଆଉ କରିପାରୁନାହାଁନ୍ତି ।
ସେପଟେ ପାଣ୍ଡିଆନଙ୍କ ବିମାନ ଯାତ୍ରାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଜେଡିର ସ୍ପଷ୍ଟୀକରଣ ଭିନ୍ନ ଭିନ୍ନ ଚର୍ଚ୍ଚା କୁ ଅଧିକ ଖୋରାକ ଯୋଗାଇଛି। ପାଣ୍ଡିଆନ ବସିଥିବା ବିମାନ ଘରୋଇ ନୁହେଁ ଆନ୍ତର୍ଜାତିକ ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତି ରେ ପାଣ୍ଡିଆନ ଙ୍କ ଗସ୍ତ କୁ ଦଳ ଦିଲ୍ଲୀ ଯାଏ ସୀମିତ ରଖିବାକୁ ଚେଷ୍ଟା କରୁଥିବା ବେଳେ ବିମାନର ପାରିପାର୍ଶ୍ବିକ ସ୍ଥିତି ଦର୍ଶାଇ ଦେଇଛି କି ପାଣ୍ଡିଆନ ଙ୍କ ଏହା ଦିଲ୍ଲୀ ନୁହେଁ ବରଂ ବିଦେଶ ଗସ୍ତ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
