Videos
|
Odisha

ବିଜେଡି ମୁଖପାତ୍ରଙ୍କ ଭିନ୍ନ ଭିଡିଓ ପୋଷ୍ଟ ପରେ ପ୍ରଶ୍ନ, ସତ କଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେଡି ମୁଖପାତ୍ରଙ୍କ ଭିନ୍ନ ଭିଡିଓ ପୋଷ୍ଟ ପରେ ପ୍ରଶ୍ନ, ସତ କଣ

ଅର୍ଗସ ବ୍ୟୁରୋ: ଦୁଇଟି ଭିଡିଓ ବିଜେଡିର ଦୁଇ ନେତା କରିଛନ୍ତି ପୋଷ୍ଟ। ପ୍ରଥମଟିରେ ନବୀନଙ୍କୁ ଗୋଡ ମାରୁଛନ୍ତି ପାଣ୍ଡିଆନ। ଦୀତୀୟରେ ଚପଲ ସଜାଡୁଛନ୍ତି। ତେବେ ପ୍ରଶ୍ନ ସତ କେଉଁଟା। କେନ୍ଦ୍ରାପଡାର ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ନିଜ ସୋସିଆଲ ମେଡିଆରେ ପୋଷ୍ଟ କରିଥିବା ଏହି ଭିଡିଓକୁ କିଛି ସମୟ ପରେ ଡିଲଟ କରି ଦେଇଛନ୍ତି। ପ୍ରଶ୍ନ ଯଦି ପାଣ୍ଡିଆନ ନବୀନଙ୍କୁ ଗୋଡ଼ ମାରୁ ନ ଥିଲେ ତେବେ ଅଂଶୁମାନ ଏହାକୁ ଡିଲଟ କଲେ କାହିଁକି। ଏ ଭିଡିଓକୁ ନେଇ ରାଜ୍ୟ ସାରା ପ୍ରତିକ୍ରିୟା ସୃଷ୍ଟି ହୋଇଛି। ନବୀନଙ୍କ ଥରିଲା ହାତକୁ ଚାପିବା ପରେ ଗୋଡ ମାରିବା ଚିତ୍ରକୁ ନେଇ ଲୋକଙ୍କ ସନ୍ଦେହ ଲୋକଙ୍କ ଆଗରେ ଯଦି ଏତେ ତେବେ ବନ୍ଦ କୋଠରୀରେ କଣ ହେଉଥିବ। ନବୀନଙ୍କ ଥରିଲା ହାତକୁ ଚାପିବା ପୂର୍ବରୁ କେମିତି ଚକ୍କର ଖାଉଛି ପାଣ୍ଡିଆନ ଆଖି। ସୋସିଆଲ ମେଡିଆରେ ଭାଇରାଲ ଏ ଭିଡିଓ ଅନେକ କଥା କହୁଛି। କଣ ଲୁଚାଇବାକୁ ଚାହୁଁଛନ୍ତି ପାଣ୍ଡିଆନ। ସୋସିଆଲ ମିଡିଆରେଦୁଇ ଭାଇରାଲ ଭିଡିଓକୁ ନେଇ ଆକ୍ରମଣତ୍କମ ମୁଦ୍ରାରେ  ବିଜେପି।

ନବୀନଙ୍କ ଥରୁଥିବା ହାତକୁ ଟାଣିବା ପୂର୍ବରୁ  କ୍ୟାମେରାମ୍ୟାନଙ୍କୁ ଇସାରା ଦେଉଥିଲେ କି ପାଣ୍ଡିଆନ। ହେଲେ ବୋଧହୁଏ ବୁଝି ପାରିଲେନି କ୍ୟାମେରାମ୍ୟାନ। ପ୍ରଶ୍ନ ମୁଖ୍ୟମନ୍ତ୍ରୀ କଣ ନିଜ ମର୍ଜିରେ ହାତ ରଖିପାରିବେ ନାହିଁ।କାହିଁକି ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭୈରବ ପାଣ୍ଡିଆନଙ୍କ ଏ ବ୍ୟବହାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After the different video post of BJD spokesperson | Argus News