ଶ୍ରୀମନ୍ଦିର ଚାରିପଟୁ ଖୋଲାହେଲା ଲାଇଟ୍
·2 years ago

ପୁରୀ: ରାଜ୍ୟରେ ବିଜେଡି ସରକାରର ପତ୍ତନ ପରେ ଶ୍ରୀମନ୍ଦିର ଚାରିପଟୁ ଖୋଲାହେଲା ଲାଇଟ୍। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମୟରେ ଶ୍ରୀମନ୍ଦିର ଏବଂ ଏହାର ଚାରିପାଖକୁ ସମ୍ପୂର୍ଣ୍ଣ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ପ୍ରକଳ୍ପ ଲୋକାର୍ପଣ ସମୟରେ ଶ୍ରୀମନ୍ଦିର ଚାରିପଟେ ବଡ଼ ବଡ଼ ଫୋକସିଂ ଲାଇଟ୍ ଲଗାଯାଇଥିଲା ଯାହା ଫଳରେ ରାତିରେ ବି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଦୂରକୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା।
କିନ୍ତୁ ରାଜ୍ୟରେ ବିଜେଡି ସରକାର କ୍ଷମତାଚ୍ୟୁତ ହେବାପରେ ଏହି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି। ଆଉ ପୂର୍ବଭଳି ଶ୍ରୀମନ୍ଦିର ଆଲୋକମାଳାରେ ଝଲସୁନାହିଁ। ଜାଣିଶୁଣି ଠିକାଦାର ଏଭଳି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି ଓ ଲାଇଟ୍ ସବୁ ଖୋଲି ନେଇଯାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଶୁଣିବାକୁ ମିଳିଛି, ୪ ତାରିଖ ଫଳାଫଳ ଘୋଷଣା ପରେ ଏହି ଲାଇଟ୍କୁ ଲଗାଇଥିବା ଠିକାଦାର ଖୋଲି ନେଇଛନ୍ତି। ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: