Videos
|
Odisha

ନିର୍ବାଚନ କମିଶନରଙ୍କ ହସ୍ତକ୍ଷେପ ପରେ ୫ଟି ଅଧ୍ୟକ୍ଷ ପଦରୁ ହଟିଲେ ପାଣ୍ଡିଆନ

Ritu Das
Browse all articles by Ritu Das
·2 years ago·1 min read
ନିର୍ବାଚନ କମିଶନରଙ୍କ ହସ୍ତକ୍ଷେପ ପରେ ୫ଟି ଅଧ୍ୟକ୍ଷ ପଦରୁ ହଟିଲେ ପାଣ୍ଡିଆନ

ଅର୍ଗସ ବ୍ୟୁରୋ: ଭୁବନେଶ୍ବର (ଏସଏମପି) ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫-ଟି ଅଧ୍ୟକ୍ଷ ପଦରୁ ଭି.କେ ପାଣ୍ଡିଆନଙ୍କୁ ହଟାଯାଇଛି। ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବେ ସକ୍ରିୟ ଥିବା ଜଣେ ବ୍ୟକ୍ତି କିଭଳି କୌଣସି ବିଭାଗର ଅଧ୍ୟକ୍ଷ ପଦରେ ରହିପାରିବ ବୋଲି ପ୍ରଶ୍ନ କରି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। 

ଏପରିକି ଏନେଇ ସି-ଭିଜିଲ ଆପରେ ଅଭିଯୋଗ କରାଯାଇଥିଲା ବୋଲି ବିଜେପି କହିଛି। ନିର୍ବାଚନ ଆଚଣ ବିଧି ଲାଗୁ ହୋଇଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଏବେ ପ୍ରମାଣିତ ହୋଇଛି ବୋଲି ବିଜେପି କହିଛି। 
ଉଲ୍ଲେଖଯୋଗ୍ୟ ୫ଟି ସଚିବ ଭାବେ ଭିକେ ଭି.କେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଥିଲେ। ଯେବେ ପାଣ୍ଡିଆନ ବିଜେଡିରେ ଯୋଗ ଦେଲେ ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଦୋନ୍ନତି ଦେଇ ୫-ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଏବେ ନିର୍ବାଚନ କମିଶନର ତାଙ୍କୁ ସେହି ପଦରୁ ହଟାଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After the intervention | Argus News