କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସୁରଟରୁ ଓଡିଶା ଫେରିଲେ ରୋଗୀ

ଅର୍ଗସ ବ୍ୟୁରୋ: ନେତା ହେବ ତ ଏମିତି। ଜନତାଙ୍କ ସୁଖ ଦୁଃଖରେ ସବୁ ବେଳେ ଠିଆ ହୋଇଥିବେ। ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ନେତା ଥିଲେ ଜନତାଙ୍କ କିଛି ଅସୁବିଧା ରୁହେନାହିଁ କାରଣ ସେ ପ୍ରତ୍ୟକ ସମୟରେ ଜନତାଙ୍କ ସ୍ୱାର୍ଥ ଓ ଜନତାଙ୍କୁ ସାହାଯ୍ୟ ପାଇଁ କାର୍ଯ୍ୟରତ ଥାନ୍ତି।
ଏଭଳି କହିବାର କାରଣ ରହିଛି, ଗତ ଫେବୃଆରୀ 12 ରେ ସୁରତରେ ସୁତା କଳରେ କାର୍ଯ୍ୟରତ ଥିବା ସମୟରେ ତିନି ମହଲାରୁ ପଡିଯାଇଥିଲେ ଓଡିଶା ଅନୁଗୁଳ ଜିଲ୍ଲାର କଞ୍ଜରା ବାନାରପଳାର ଜିତୁ ପ୍ରଧାନ। ବ୍ରେନ ହାମରେଜରେ ସ୍ଥାନୀୟ ଓଡ଼ିଆ ହସ୍ପିଟାଲ କେଡ଼ି ନୁପୁରରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଅର୍ଥାଭାବ ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ପରେ ଗାଁକୁ ରୋଗୀକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଆଣିବାକୁ ସକ୍ଷମ ହୋଇ ପାରୁ ନ ଥିଲେ।
ଆର୍ଥିକ ଅବସ୍ଥା ଠିକ ନ ଥିବାରୁ ସୁରତ ସ୍ଥିତ ଓଡିଶା ଶ୍ରମିକ ସହାୟତା କେନ୍ଦ୍ର ସହ ଯୋଗାଯୋଗ କରିଥିଲେ ହେଲେ 14 ରୁ 15 ଦିନ ହୋଇଥିଲେ ମଧ୍ୟ କୌଣସି ସଠିକ ଉତ୍ତର ନ ପାଇବାରୁ ନିଜ ବିଧାୟକଙ୍କ ସହ ଯୋଗାଯୋଗ କରିଥିଲେ ତାଙ୍କ ଭାଇ।
ବିଧାୟକଙ୍କ ସହଯୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫୋନ କରି ସହାୟତା ମାଗିଥିଲେ. ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପ ପରେ ସୁରତ ଭାଜପା ଯୁବମୋର୍ଚ୍ଚାର ସଦସ୍ୟ ଶ୍ରୀକାନ୍ତ ରାଉତଙ୍କ ସହଯୋଗରେ ରୋଗୀଙ୍କୁ ମାଗଣାରେ ଆମ୍ବୁଲାନ୍ସ ଯୋଗେ ଓଡିଶା ପଠା ଯାଇଛି। ଏଠି ପ୍ରଶ୍ନ ଉଠୁଛି ଓଡିଶା ସରକାର ସୁରଟରେ ଓଡ଼ିଆଙ୍କ ପାଇଁ ଖୋଲିଥିବା ଶ୍ରମିକ ସହାୟତା କେନ୍ଦ୍ର କେଉଁ କାମ ପାଇଁ ଉଦ୍ଦିଷ୍ଟା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର