Videos
|
Odisha

ଜୀବନକୁ ପାଣି ଛଡ଼ାଇ ଯା'ଆସ କରୁଛନ୍ତି ଲୋକେ

Manini Pattanayak
Browse all articles by Manini Pattanayak
·2 years ago·2 min read
ଜୀବନକୁ ପାଣି ଛଡ଼ାଇ ଯା'ଆସ କରୁଛନ୍ତି ଲୋକେ

 ମୟୂରଭଞ୍ଜ: ପାଦେ ପାଦେ ବିପଦ।  ଭରା ନଦୀ ଆଉ ପ୍ରଖର ପାଣିର ସ୍ରୋତ। ଜୀବନକୁ ପାଣି ଛଡ଼ାଇ ଯା'ଆସ କରୁଛନ୍ତି ଲୋକେ। କିଏ ଛୋଟ ପିଲାକୁ ମୁଣ୍ଡରେ ମୁଣ୍ଡାଇ ରାସ୍ତା ପା ର୍ କରୁଛି ତ କିଏ ଦୁଇ ଚକିଆ ଯାନରେ ଯାଉଛି । କିଏ ଡରି ଡରି ପାଦ ଚାପି ଚାଲୁଛି ତ କିଏ ବି ପାଣିରେ କେତେବେଳେ ଭାସି ଯାଉଛି । ଏପରି ଭୟଭୀତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି  ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥର କଇଁସାରୀ ଠାରେ ଥିବା ଜାମୁଘାଟରେ। ଜାମୁଘାଟ ପୋଲ ଦବିଗଲା ପରେ ଲୋକଙ୍କ ଯାତାୟତ ନିମନ୍ତେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ।  

ଆଉ ସେଇ ପୋଲ ଆଜି ଲୋକଙ୍କ ପାଇଁ  କାଳ ସାଜିଛି। କାରଣ ପୋଲ ଉପରେ ଚାଲିଛି ଅଣ୍ଟା ପର୍ଯ୍ୟନ୍ତ ପାଣି।  ଚାରି ବର୍ଷ ପୂର୍ବରୁ ହଠାତ୍  ଜାମୁଘାଟର ପୋଲ ଦବିଗଲା..ନୂତନ ପୋଲ ନିର୍ମାଣ ନେଇ ଆରମ୍ଭ ହେଲା କାର୍ଯ୍ୟ। ଆଉ ଲୋକଙ୍କ ଯିବା ଆସିବା ପାଇଁ  ହୋମପାଇପ୍ ପକାଇ ଗୋଟିଏ ଅସ୍ଥାୟୀ ପୋଲ ନିର୍ମାଣ କରାଗଲା । ହେଲେ ପୋଲଟି ଅତି ତଳିଆ ହୋଇଥିବାରୁ ବର୍ଷାଦିଲେ ଏହା ଉପରେ ପାଣିର ପ୍ରବଳ ସ୍ରୋତ ଚାଲେ। ଗତ ଜୁଲାଇ ୨୧ ତାରିଖରେ ଏହି ନଦୀ ପାର ହେଉଥିବା ବେଳେ ଜଣେ ବ୍ୟକ୍ତି ଭାସିଯାଇଥିଲେ ଏବଂ ପରେ ସ୍ଥାନୀୟ ମତ୍ସ୍ୟଜୀବିଙ୍କ ଦ୍ୱାରା ସେ ଉଦ୍ଧାର ହୋଇଥିଲେ । ସେହିପରି ଗତ ୯ ତାରିଖରେ ଏହି ପୋଲ ପାର ହେଉଥିବା ବେଳେ ନଦୀ ସୁଅରେ ବାଇକ୍ ସହ ଫସିଥିଲେ ୩ ଯୁବକ ।

ଅଳ୍ପକେ ବଡ ବିପଦରୁ ବଂଚିଥିଲେ । ଖାଲି ସେତିକି ନୁହେଁ, ତାହାର ଦୁଇ ଦିନ ପରେ ଅନ୍ୟ ଜଣେ ଯୁବକ ବାଇକ୍ ସହ ଭାସିଥିବା ବେଳେ ନିଜେ ଜୀବନ ବଂଚାଇ ଫେରିଥିଲେ ସୁଦ୍ଧା ଆଉ ବାଇକ୍ ଟିକୁ ପାଇନଥିଲେ । ତେବେ ଏ ବାବଦରେ ପୂର୍ତ ବିଭାଗ ଯନ୍ତ୍ରୀ ବା ଏସଡିଓ କେହି ବି  କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।  ଅସ୍ଥାୟୀ ପୋଲ ଏବେ ନଦୀ ସୁଅରେ ବୁଡି ରହି ପୁରା ଭାଙ୍ଗିବା ଅବସ୍ଥାକୁ ଆସିଲାଣି। ତଥାପି ଏହା ଏକ ମାତ୍ର ରାସ୍ତା ହୋଇଥିବାରୁ ଲୋକେ ବାଧ୍ୟ ହୋଇ ନିଜ ଜୀବନକୁ ପାଣି ଛଡ଼େଇ ଯାଆସ କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲଵା କେବେ ପ୍ରଶାସନ ଏ ସମସ୍ୟାର ସମାଧାନ କରୁଛି  । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After the Jamughat pole collapsed, a temporary pole was constructed for the traffic of people | Argus News