Videos
|
Odisha

ମେୟରଙ୍କ ପ୍ରତିଶ୍ରୁତି ପରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

Ritu Das
Browse all articles by Ritu Das
·2 years ago
ମେୟରଙ୍କ ପ୍ରତିଶ୍ରୁତି ପରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଅର୍ଗସ ବ୍ୟୁରୋ: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ । ମେୟରଙ୍କ ସରକାରୀ ବାସଭବନରେ ଆଲୋଚନା ପରେ ପ୍ରତ୍ୟାହୃତ କଲେ ସଫେଇ କର୍ମଚାରୀ। ୨ ଦିନ ଭିତରେ ଦାବି ପୂରଣ ନ ହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ। ଅଳିଆ ପୃଥକୀକରଣ ନ କରିବା ଏବଂ ସଫେଇ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ସଫେଇ କର୍ମଚାରୀ। 

ଗତକାଲି ଅଳିଆ ପୃଥକୀକରଣ କରିବାକୁ ୧୫ ଦିନ ଏବଂ ଦରମା ବୃଦ୍ଧି କରିବାକୁ ୩ ଦିନ ସମୟ ନେଇଥିଲା ବିଏମସି। ଲିଖିତ ପ୍ରତିଶ୍ରୁତି ଦାବି କରି ଆନ୍ଦୋଳନରେ ରହିଥିଲେ ସଫେଇ କର୍ମଚାରୀ। ମେୟରଙ୍କ ବାସଭବନରେ ଆଲୋଚନା ପରେ ଏହାକୁ ପ୍ରତ୍ୟାହୃତ କରିଥିଲେ କର୍ମଚାରୀ। ଆଜିଠୁ ସଫେଇ କରିବେ କର୍ମଚାରୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After the mayor's pledge | Argus News