ମୋହନ-ମମତାଙ୍କ ଆଲୋଚନା ପରେ ଫିଟୁଛି ଆଳୁ ସଙ୍କଟ ସମାଧାନର ବାଟ

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ୟମ, ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ରାଜ୍ୟରେ ଆଳୁ ସଂକଟର ସମାଧାନ ହେଉଛି । ରବିବାର ସକାଳେ କଟକ ଛତ୍ର ବଜାର ଗୋଦାମରେ ପହଞ୍ଚିଛି ପଶ୍ଚିମବଙ୍ଗରୁ ଆସିଥିବା ଆଳୁ ଟ୍ରକ୍। ଫଳରେ ଦର କମିଛି। ଶନିବାର ଗୋଦାମରେ ଆଳୁ 48 କିଲୋ ବସ୍ତା ପ୍ରତି 1900 ଟଙ୍କା ବିକ୍ରି ହେଉଥିବା ବେଳେ ଆଜି ବସ୍ତା ପ୍ରତି 1700 ଟଙ୍କାରେ ବିକ୍ରି ହୋଇଛି । ସେହିପରି ଖୁଚୁରା ବ୍ୟବସାୟୀ ଗତକାଲି ଆଳୁ କିଲୋ ପିଛା 50 ରୁ 55 ଟଙ୍କା ବିକ୍ରି କରୁଥିବାବେଳେ ଆଜି ମୂଲ୍ୟ ପ୍ରାୟ 40 ଟଙ୍କାରେ ପହଞ୍ଚିଛି ।
କେବଳ କଟକ ନୁହେଁ ରାଜଧାନୀ ଭୁବନେଶ୍ବରରେ ଆଜି ସକାଳୁ 23ଟି ଆଳୁ ବୋଝେଇ ଟ୍ରକ୍ ପହଞ୍ଚିଛି । ବାଲେଶ୍ବରକୁ 7ଟି ଟ୍ରକରେ ଆସିଛି 900 କ୍ବିଣ୍ଟାଲ ଆଳୁ। ଆଜି ରାତି ଓ କାଲି ସକାଳେ ଆହୁରି ଆଳୁ ଆସିବା ପରେ ଆଳୁ ମୂଲ୍ୟ ଆହୁରି କମି ଆସିବ ବୋଲି ଆଶା କରାଯାଉଛି ।
ପଶ୍ଚିମବଙ୍ଗରୁ ଆଳୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅସାଧୁ ବ୍ୟବସାୟୀ, ମହଜୁଦକାରୀ ଓ କଳାବଜାରୀଙ୍କୁ ସାବାଡ଼ କରିବାକୁ ଖୋଦ ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ଯୋଗୁଁ ରାଜ୍ୟରେ ଆଳୁ ସଂକଟର ସମାଧାନ ହେଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର