Videos
|
Odisha

କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁବିଧା ଓ ସହଜ ହେବ

Manini Pattanayak
Browse all articles by Manini Pattanayak
·1 year ago·1 min read
କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁବିଧା ଓ ସହଜ ହେବ

ପୁରୀ:  ଆସନ୍ତା କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁବିଧା ଓ ସହଜ ହେବ। ଏନେଇ ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି।   ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟମଣ୍ଡପରୁ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା ହୋଇଥିବା ବେଳେ ଆଜି ଛତିଶାନିଯୋଗ ବୈଠକ ଏହା ଉପରେ ମୋହର ମାରିଛି। ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରିବାକୁ ବୈଠକରେ ଆଲୋଚନା ହୋଇଥିବା ବେଳେ କାର୍ତ୍ତିକ ମାସ ପରେ ପୁରୁଷ ଭକ୍ତ,ଦିବ୍ୟାଙ୍ଗ ଭକ୍ତ, ମହିଳା ଭକ୍ତ, ଶିଶୁ ଓ ବୟସାଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ଲାଇନ୍ ବା ଧାଡି ବ୍ୟବସ୍ଥା ହେବ। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସମୁଦାୟ 6 ଟି ଲାଇନ୍ ରେ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ୍ ଦେଇ ଭକ୍ତମାନେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ। 

ତେଵେ ସ୍ୱତନ୍ତ୍ର କାଠ ବ୍ୟାରିକେଡ୍ ରେ ଭକ୍ତମାନେ ଦର୍ଶନ କରିବା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବ୍ୟାଘାତ ହେବନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। କାଠ ବ୍ୟାରିକେଡ୍ କୁ ଉଚ୍ଚତା ସମ୍ପର୍ଣ୍ନ କରିବା ସହ ଗରୁଡସ୍ତମ୍ଭ ପାଖରୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। 6 ଟି ଲାଇନ୍ କୁ ତିନିଭାଗରେ ବିଭକ୍ତ କରାଯାଇ ଏହି ଦର୍ଶନ ବ୍ୟବସ୍ଥା ଆଗାମୀ ଦିନରେ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ହେବ ଓ ଆଗାମୀ ଦିନରେ ଏହାକୁ ନେଇ ତ୍ରୁଟି ଦେଖାଗଲେ ଏହାର ନିରାକରଣ ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After the month of Kartik, seeing the Lord will be more convenient and easy | Argus News