Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭାବାବେଗପୂର୍ଣ୍ଣ ଚିଠି  

Odisha

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭାବାବେଗପୂର୍ଣ୍ଣ ଚିଠି  

Manini Pattanayak
Browse all articles by Manini Pattanayak
·2 years ago·1 min read
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭାବାବେଗପୂର୍ଣ୍ଣ ଚିଠି  

ଭୁବନେଶ୍ୱର:  ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭାବାବେଗପୂର୍ଣ୍ଣ ଚିଠି । ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ସମସ୍ତଙ୍କ ସୁଖ, ଦୁଃଖ, ସୁବିଧା ଓ ଅସୁବିଧାରେ ମୁଁ ସବୁବେଳେ ସମସ୍ତଙ୍କ ପାଖରେ ଅଛି। ମୋ ପ୍ରତି ନିରନ୍ତର ଭାବେ ଦେଇଥିବା ଭଲପାଇବା ଓ ଆକୁଣ୍ଠ ବିଶ୍ବାସ ନିକଟରେ ମୁଁ କୃତଜ୍ଞ।

ଓଡ଼ିଶାବାସୀଙ୍କ ସେବା ପାଇଁ ସୁଯୋଗ ପାଇବା ମୋ ପାଇଁ ସୌଭାଗ୍ୟ। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଗାମୀ 10 ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ। 2036ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ 100 ବର୍ଷ ପୂରଣ ହେଉଛି। ସମସ୍ତେ ମିଶି ସଶକ୍ତ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ। ସେ ଆହୁରି ଲେଖିଛନ୍ତି ଗତ 5 ବର୍ଷରେ 5T ମନ୍ତ୍ର ଓଡ଼ିଶାର ବିକାଶକୁ ନୂଆ ଦିଗ ଦେଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସ୍କିଲ୍ଡ ଇନ୍ ଓଡ଼ିଶା, ମିଶନ ଶକ୍ତି, କାଳିଆ ଆଦି ଯୋଜନାର ସଫଳତା ବାବଦରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ଯଦିଓ ଭୋଟ୍ ମାଗିନାହାନ୍ତି ତଥାପି ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
After the Prime Minister's letter to the countrymen, the Chief Minister's emotional letter to the people of the state. | Argus News