Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ସରଗରମ

Odisha

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ସରଗରମ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ସରଗରମ

ଅର୍ଗସ ବ୍ୟୁରୋ:  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ଆହୁରି ସରଗରମ ହୋଇଛି । ଯଦି ଲୋକସଭା ପ୍ରାର୍ଥୀ କଥା ଦେଖିବା ତେବେ କଳାହାଣ୍ଡିରେ ବିଜେପିରୁ ମାଲବିକା କେଶରୀ ଦେଓ,  ବିଜେଡିରୁ ଲମ୍ବୋଦର ନିଆଲ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ୍ ମିଳିଛି । ସେହିପରୀ ନବରଙ୍ଗପୁର ବିଜେଡିରୁ ପ୍ରଦୀପ ମାଝି, ବିଜେପିରୁ ବଳଭଦ୍ର ମାଝି ଓ କଂଗ୍ରେସରୁ ଭୁଜବଳ ମାଝି ପ୍ରାର୍ଥୀ ରହିଛନ୍ତି । ସେପଟେ ବ୍ରହ୍ମପୁରରେ ବିଜେପିରୁ ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ଭୃଗୁ ବକ୍ସିପାତ୍ର ଓ କଂଗ୍ରେସରୁ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ମିଳିଛି ଟିକେଟ୍ ।

ଏହା ସହ କୋରାପୁଟରେ ବିଜେପିରୁ କାଳୀରାମ ମାଝୀ, କଂଗ୍ରେସରୁ ସପ୍ତଗିରି ଉଲାକା ଓ ବିଜେଡିରୁ କୌଶଲ୍ୟା ହିକକାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା ସହ ପ୍ରାୟ ୭ରୁ ୮ ବିଧାନସଭା ଆସନ ବେସ ଚର୍ଚ୍ଚାରେ ରହିଛି । ଏଠାରେ ଘମାଘୋଟ ଲଢେଇ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହିଛନ୍ତି । ନର୍ଲା, ନୂଆପଡ଼ା, ପାରଳାଖିମୁଣ୍ଡି, ଧର୍ମଗଡ, ଭବାନୀପାଟଣା, କୋରାପୁଟ, ଜୟପୁର ଭଳି ଆସନରେ ବିଭିନ୍ନ ଦଳ ହେବିୱେଟ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
After the release of the election notification, politics is in full swing | Argus News