Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାଗିଦ୍ ପରେ ଆତଙ୍କବାଦୀଙ୍କ ପ୍ରକୃତନାଁ ଲେଖିଲା ନେଟ୍‌ଫ୍ଲେକ୍ସ

Rashmita Mishra
Browse all articles by Rashmita Mishra
·1 year ago·1 min read
ତାଗିଦ୍ ପରେ ଆତଙ୍କବାଦୀଙ୍କ ପ୍ରକୃତନାଁ ଲେଖିଲା ନେଟ୍‌ଫ୍ଲେକ୍ସ

ଅର୍ଗସ ବ୍ୟୁରୋ: ଦର୍ଶକଙ୍କ ପ୍ରତିବାଦ ଓ କେନ୍ଦ୍ର ସରକାରଙ୍କ ତାଗିଦ୍ ପରେ ୧୯୯୯ରେ ଯାତ୍ରୀବାହୀ ବିମାନ ic ୮୧୪ର ଅପହରଣ ଘଟଣାକୁ ନେଇ ତିଆରି କରାଯାଇଥିବା ନେଟ୍‌ଫ୍ଲେକ୍ସ ସିରିଜ୍ ic-୮୧୪ ଦି କାନ୍ଦାହାର ହାଇଜାକ୍’ରେ ଥିବା ଆତଙ୍କବାଦୀ ଚରିତ୍ରର ନାଁକୁ ପରିବର୍ତ୍ତନ କରାଯାଇଛି ।ସେହି ସିରିଜରେ ଦୁଇଜଣ ଆତଙ୍କବାଦୀଙ୍କ ନାଁ ପରିବର୍ତ୍ତନ କରି ହିନ୍ଦୁଙ୍କ ସାଂକେତିକ ନାଁ ଦିଆଯାଇଥିଲା। ଏହାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଅନେକ ପ୍ରତିକ୍ରୟା ଆସିଥିଲା । ପରେ ଏହି ଘଟଣାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେଟ୍‌ଫ୍ଲେକ୍ସକୁ ନୋଟିସ୍ ଦେଇଥିଲା 

ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀଙ୍କୁ  ଭେଟି ନେଟ୍‌ଫ୍ଲୁକ୍ସର ଉପାଧ୍ୟକ୍ଷ ମୋନିକା ଶେରଗିଲ୍  କହିଛନ୍ତି ୧୯୯୯ ଭାରତୀୟ ବିମାନ ୮୧୪ ଅପହରଣ ଘଟଣା ଜାଣିନଥିବା ଦର୍ଶକଙ୍କ ସୁବିଧା ପାଇଁ ୱେବ୍‌ସିରିଜ୍‌ର ଆରମ୍ଭରୁ ଓପନିଂ ଡିସ୍‌କ୍ଲେମରକୁ ସଂଶୋଧନ କରାଯାଇଛି । ଅପହରଣକାରୀଙ୍କ ଉଭୟ ପ୍ରକୃତ ଓ ସାଂକେତିକ ନାମକୁ ଏଥିରେ କୁହାଯାଇଛି ।ଏହି ସାଂକେତିକ ନାଁକୁ ଅପହରଣକାରୀମାନେ ଅପହରଣ ସମୟରେ ବ୍ୟବହାର କରିଥିଲେ। ଏହି ଓପନିଂ ଡିସ୍‌କ୍ଲେମର ବ୍ୟତୀତ ସିରିଜ୍‌ର ଅନ୍ୟ କୌଣସି ଅଂଶକୁ କଟାଯାଇନାହିଁ ବୋଲି ସେ ଷ୍ପଷ୍ଟ କରୁଛନ୍ତି । 

ସରକାରୀ ରେକର୍ଡ ଅନୁସାରେ, ବିମାନ ଅପହରଣରେ ଜଡ଼ିତ ଆତଙ୍କବାଦୀମାନେ ହେଲେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ହରକତ ଉଲ୍ ମୁଜାହିଦ୍ଦିନର ଇବ୍ରାହିମ୍ ଅଥର, ସାହିଦ୍ ଅଖତର ସୟିଦ୍, ସନି ଅହମ୍ମଦ କାଜି, ଜୟୁର ମିସି ଓ ସାକିର। ସେମାନେ ଅପହରଣ ସମୟରେ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ ଏଡ଼ାଇବା ପାଇଁ ଚିଫ୍, ଡାକ୍ତର, ଶଙ୍କର, ଭୋଲା ଓ ବର୍ଗର ଆଦି ସାଂକେତିକ ନାମ  ବ୍ୟବହାର କରିଥିଲେ । ତେବେ ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଆଇସି ୮୧୪ ୱେବ୍ ସିରିଜ୍‌ରେ ଆତଙ୍କବାଦୀ ଚରିତ୍ରରେ ବାସ୍ତବ ନାମ ବଦଳରେ କେବଳ ସାଂକେତିକ ନାମକୁ ଦର୍ଶାଯାଇଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
After the threat, Netflix wrote about the nature of terrorists | Argus News