Videos
|
Odisha

ତିରୁପତି ଘିଅ ବିବାଦ ପରେ ଶ୍ରୀମନ୍ଦିରରେ ଘିଅର ମାନ ଯାଞ୍ଚ ହେବ

Ritu Das
Browse all articles by Ritu Das
·1 year ago·2 min read
ତିରୁପତି ଘିଅ ବିବାଦ ପରେ ଶ୍ରୀମନ୍ଦିରରେ ଘିଅର ମାନ ଯାଞ୍ଚ ହେବ

ଅର୍ଗସ ବ୍ୟୁରୋ: ତିରୁପତି ବାଲାଜୀଙ୍କ ମନ୍ଦିରରେ ପ୍ରସାଦ ଲଡୁରେ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଶିଥିବା ଖବରକୁ ନେଇ ସାରାଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନକୁ ନେଇ ସତର୍କ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ବଡ଼ ଦେଉଳରେ କୌଣସି ନକଲି ଘିଅ ବ୍ୟବହାର ଆଶଙ୍କାକୁ ଖଣ୍ଡନ କରିବା ସହ ଭକ୍ତଙ୍କୁ ଆଶ୍ବସ୍ତି କରିଛନ୍ତି ।

ସକାଳଧୂପ ଠାରୁ ଦ୍ବିତୀୟ ଭୋଗମଣ୍ଡପ ଯାଏ ଘିଅରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦର ମାନ ଯାଞ୍ଚ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ  କରିଥିଲେ ଆଇନଜୀବୀ ଦୀଲିପ ବରାଳ। ଜଣେ ଫୁଡ୍ ସେପ୍ଟି ଅଫିସରଙ୍କୁ ନିଯୁକ୍ତ କରି ଘିଅର ମାନ ଯାଞ୍ଚ କରିବାକୁ ଦାବି କରିଥିଲେ। ଭକ୍ତ ଓ ଜଗନ୍ନାଥ ପ୍ରେମୀ ମଧ୍ୟ ଦୀପରେ ନକଲି ଘିଅ ବ୍ୟବହାର କରାଯାଉଥିବା ନେଇ ଆଶଙ୍କା ପ୍ରକାଶ କରିବାସହ ମାନ ପରୀକ୍ଷା ପାଇଁ କରିଛନ୍ତି ଦାବି। ଖୁବଶୀଘ୍ର ଏହି ଯାଞ୍ଚ ବ୍ୟବସ୍ଥା ଶ୍ରୀମନ୍ଦିରରେ ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ସେପଟେ ସୁଆର ମହାସୁଆର ନିଯୋଗ ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ନେଇ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।  ନିଯୋଗ ସମ୍ପାଦକ କହିଛନ୍ତି ଶ୍ରୀମନ୍ଦିରରେ କେବଳ ଓମଫେଡ୍ ସୁଦ୍ଧ ଘିଅ ବ୍ୟବହାର ହେଉଛି। ତେବେ ପ୍ରଶାସନ ଚାହିଁଲେ ମାନ ଯାଞ୍ଚ କରିପାରିବେ ବୋଲି ସେ ମତ ରଖିଛନ୍ତି। 
ରାଜ୍ୟର ପ୍ରମୁଖ ମନ୍ଦିରଗୁଡ଼ିକରେ ପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅର ମାନ କିପରି ରହିଛି ତାର ରିଅଲିଟି ଚେକ୍ କରିଛି ଅର୍ଗସ। କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ଏବଂ ବାଲେଶ୍ବରର ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିରରେ ଘିଅର ମାନକୁ ନେଇ କଣ ରହିଛି ଭକ୍ତ ଓ ସେବାୟତଙ୍କ ପ୍ରତିକ୍ରିୟା ଶୁଣନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରସିଦ୍ଧ ତିରୁପତି ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡୁ ଗୁଆଘିଅ ବଦଳରେ ପଶୁଚର୍ବିରୁ ପ୍ରସ୍ତୁତ ଘିଅରୁ ତିଆରି ହୋଇଥିବା ସ୍ପଷ୍ଟ ହେବ ପରେ ଏହା କୋଟି କୋଟି ହିନ୍ଦୁଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ତେଣୁ ଶ୍ରୀମନ୍ଦିର ସମେତ ଓଡ଼ିଶାର ପ୍ରମୁଖ ମନ୍ଦିରଗୁଡ଼ିକରେ ଘିଅର ମାନ ଯାଞ୍ଚ ପାଇ ନିୟମିତ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି ଭକ୍ତ ଓ ସେବାୟତମାନେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

After the Tirupati | Argus News