ଯୁବକଙ୍କ ଅଭିଯୋଗ ପରେ ହାବିଲଦାର ଓ କନଷ୍ଟେବଳଙ୍କୁ ବଦଳି
·2 years ago·1 min read

କୋରାପୁଟ : ବିନା ଦୋଷରେ ଥାନାକୁ ଆଣି ଥାର୍ଡ ଡିଗ୍ରୀ ଦେବା ପୋଲିସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଅଭିଯୋଗ ପରେ ଲମତାପୁଟ ଫାଣ୍ଡି ଅଧିକାରୀଙ୍କ ସମେତ ଜଣେ ହାବିଲଦାର ଓ ଜଣେ କନଷ୍ଟେବଲଙ୍କୁ ବଦଳି କରାଯାଇଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ତଥ୍ୟ ଓ ପ୍ରମାଣ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ତେବେ ବିନା କାରଣରେ ଉଠାଇନେଇ ଥାନା ହାଜତରେ ମାରପିଟ କରାଯାଇଥିବାର ଅଭିଯୋଗ ଆଣିଥିଲେ ମାଛକୁଣ୍ଡ ଥାନା ଅଞ୍ଚଳର ପି. ଶିବା।
ଅଧିକ ପଢନ୍ତୁ : ବର୍ବରତାର ସୀମା ଟପିଲା ପୋଲିସ, ବିନା ଅପରାଧରେ ପୋଲିସର ଥାର୍ଡ ଡିଗ୍ରୀ
ଏନେଇ ସେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କୁ ଭେଟି ଅବଗତ କରାଇଥିଲେ। ମାମଲାର ତଦନ୍ତ ପରେ ଲମତାପୁଟ ଫାଣ୍ଡି ଅଧିକାରୀ ଚିତ୍ତରଂଜନ ପ୍ରଧାନୀ, ହାବିଲଦାର ଜଗଦୀଶ ମୋହନ ବାଗ ଓ କନଷ୍ଟେବଲ ଭୁବନ ନାୟକଙ୍କୁ ବଦଳି କରାଯାଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: