Videos
|
Odisha

କେରଳରେ ଓଡ଼ିଆ ଦାଦନଙ୍କ ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·2 years ago
କେରଳରେ ଓଡ଼ିଆ ଦାଦନଙ୍କ ମୃତ୍ୟୁ 

ବ୍ରହ୍ମପୁର:  ପୁଣି ଦାଦନ ଦୁଃଖ। ଥମୁନି ଦାଦନ ପରିବାରର ଯନ୍ତ୍ରଣା।  ପୁନର୍ବାର ଜଣେ ଦାଦନଙ୍କ ମୃତ୍ୟୁ ହୋଇଥିବା ସୂଚନା। ପେଟପାଟଣା ପାଇଁ କେରଳ ଯାଇ ଭଞ୍ଜନଗର ବ୍ଳକ ଡୁମାକୁମ୍ପା ପଞ୍ଚାୟତ ଖମାରେଡି ଗ୍ରାମର ନରସିଂହ ସ୍ବାଇଁଙ୍କ ଅକାଳ ମୃତ୍ୟୁ ଘଟିଛି।

ଦୀର୍ଘ ବର୍ଷ ଧରି ନରସିଂହ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ତଳେ ସେ ଗାଁକୁ ଆସି ପୁଣି କାର୍ଯ୍ୟସ୍ଥଳକୁ ଯାଇଥିଲେ। ଶନିବାର ହଠାତ କୌଣସି କାରଣରୁ ଅସୁସ୍ଥ ହେବାପରେ ତାଙ୍କୁ  ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଭୋର ୪ଟାରେ ତାଙ୍କର ମୃତ୍ୟୁ ଘଟିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Again dadan death in odisha's berhampur | Argus News