|
logo
Live

Argus News - ପୁଣି ହିମନ୍ତଙ୍କ ଟାର୍ଗେଟରେ ପାଣ୍ଡିଆନ

Odisha

ପୁଣି ହିମନ୍ତଙ୍କ ଟାର୍ଗେଟରେ ପାଣ୍ଡିଆନ

Manini Pattanayak
Browse all articles by Manini Pattanayak
·1 year ago·1 min read
ପୁଣି ହିମନ୍ତଙ୍କ ଟାର୍ଗେଟରେ ପାଣ୍ଡିଆନ

ଭୁବନେଶ୍ୱର: ପୁଣି ହିମନ୍ତଙ୍କ ଟାର୍ଗେଟରେ ପାଣ୍ଡିଆନ। ନବୀନ ବାବୁଙ୍କୁ ପାଣ୍ଡିଆନ କରି ରଖିଛନ୍ତି କ୍ୟାପଚର। ପାଣ୍ଡିଆନଙ୍କ ଖାପ୍‌ଚାରୁ କାଢ଼ି ନବୀନଙ୍କୁ ଜଣେ ବିଚାରପତିଙ୍କ ସହ କଥା ହେବାର ବ୍ୟବସ୍ଥା ପାଇଁ ପରାମର୍ଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ... କହିଲେ, T ଫର୍ ଟ୍ରାନ୍ସପରେନ୍ସି ନୁହେଁ ଓଡ଼ିଶାରେ T ଫର୍ ତାମିଲନାଡୁ ଶାସନ। 
ନବୀନ ବାବୁଙ୍କୁ ପାଣ୍ଡିଆନଙ୍କ ଖାପ୍‌ଚାରୁ କାଢି ଜଣେ ବିଚାରପତିଙ୍କ ସହ କଥା କରିବାର ବ୍ୟବସ୍ଥା କରାଯାଉ
ଜଣାପଡ଼ିବ ଜୋର ଜବରଦସ୍ତି ପାଣ୍ଡିଆନଙ୍କ ପାଖରେ ରଖାଯାଇଛି ନା ସ୍ବଇଚ୍ଛାରେ ରହିଛନ୍ତି ।

ପୁଣି ଥରେ ଏମିତି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କହଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକୁଟିଆ କାହା ସହ ମିଶି ପାରୁନାହାନ୍ତି । ଲୋକଙ୍କ ସହ କଥା ହୋଇପାରୁନାହାନ୍ତି ।  ଯଦି ବିଚାରପତି ନହେଲେ ବି ଗୋଟିଏ ଦିନର ଅଧଘଣ୍ଟା ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ଛାଡ଼ି ଦିଆଯାଉ । ବୁଝାପଡ଼ିଯିବ ନବୀନ ବାବୁଙ୍କ ମନରେ କଣ ଅଛି ।  ଓଡ଼ିଶାରେ 5-T ନୁହେଁ ଗୋଟିଏ T କାମକରୁଛି । ଏଠି ଟି ଫର ଟ୍ରାନ୍ସଫରେନ୍ସି ନୁହେଁ ଟି ଫର ତାମିଲନାଡୁ । ଓଡ଼ିଶାରେ ସରକାର ନାମରେ କିଛି ନାହିଁ ବୋଲି କହି ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା  

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଣି ହିମନ୍ତଙ୍କ ଟାର୍ଗେଟରେ ପାଣ୍ଡିଆନ | Argus News