ପୁଣି ମୋଦିଙ୍କ ତୃତୀୟ ପାଳିରେ ୩ ଓଡ଼ିଆଙ୍କୁ ଗୁରୁତ୍ବପୂର୍ଣ୍ଣ ଗୁରୁତ୍ବ

ଅର୍ଗସ ବ୍ୟୁରୋ : ପୁଣି ମୋଦିଙ୍କ ତୃତୀୟ ପାଳିରେ ଓଡ଼ିଆଙ୍କୁ ଗୁରୁତ୍ବ । ଓଡ଼ିଶାର 3 ସାଂସଦଙ୍କୁ ମିଳିଛି କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗ । ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଶିକ୍ଷା ମନ୍ତ୍ରଣାଳୟ, ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ବିଭାଗର ଦାୟିତ୍ବ ମିଳିଛି । ସେହିପରି ଅଶ୍ବିନୀ ବୈଷ୍ଣବ ପୂର୍ବଭଳି ବଜାୟ ରଖିଛନ୍ତି ରେଳ ଓ ଆଇଟି ମନ୍ତ୍ରଣାଳୟ ।
ଅଧିକ ପଢନ୍ତୁ : ମୋଦିଙ୍କ ଟିମ ; କାହାକୁ ମିଳିଲା କେଉଁ ବିଭାଗ...
ଆଜି ମୋଦି ସରକାର ନିଜର ମନ୍ତ୍ରୀମଣ୍ଡଳର ବିଭିନ୍ନ ବିଭାଗ ବଣ୍ଟନ କରାଯାଇଛି । ସେଥିରେ ଅନେକ ମନ୍ତ୍ରୀଙ୍କ ପଦ ବା ବିଭାଗ ଅପରିବର୍ତ୍ତିତ ରହିଛି । ନୀତିନ ଗଡକରିଙ୍କୁ ମିଳିଛି ସଡକ ପରିବହନ ମନ୍ତ୍ରୀ ପଦ । ରାଜନାଥ ସିଂଙ୍କୁ ମିଳିଛି ପ୍ରତିରକ୍ଷା ମନ୍ତ୍ରୀ ପଦ । ଅମିତ ଶାହ ମଧ୍ୟ ପୁନର୍ବାର ପାଇଲେ ଗୃହମନ୍ତ୍ରୀ ପଦ । ସେହିପରି ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ ହେଉଛନ୍ତି ଅଜୟ ଟମଟା ଏବଂ ହର୍ଷ ମାଲହୋତ୍ରା । ବୈଦେଶିକ ମନ୍ତ୍ରୀ ପଦରେ ରହିଲେ ଏସ୍. ଜୟଶଙ୍କର ।